ଘରେ ମିଛ କହି ଭାରତ ଆସିଥିବା ବେଳେ ପରିବା‌ର ଲୋକ ଭାବୁଥିଲେ ସୀମା ଲାହୋରରେ ଅଛନ୍ତି

ବରେଲି: ସୀମା ଓ ସଚିନଙ୍କ ପ୍ରେମ କାହାଣୀ ‌ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିିଛି। ଭାରତରୁ ନେଇ ପାକିସ୍ତାନ ପର୍ଯ୍ୟନ୍ତ ଚାରିଆଡ଼େ ଖାସ୍ ଏହି ଗୋଟାଏ ଆଲେଚନା। ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜୀ ଖେଳି ପ୍ରେମରେ ପଡ଼ିଥିବା ଏହି ପ୍ରେମୀଯୁଗଳଙ୍କ ସଂପର୍କରେ ଅନେକ ନୂଆ ନୂଆ କଥା ସବୁ ଜାଣିବାକୁ ମିଳୁଛି।

ତେବେ ସୀମା ନେପାଳ ଦେଇ ଭାରତରେ ବ‌େଆଇନ୍‌ ତରିକାରେ ପ୍ରବେଶ କରିଛନ୍ତି। ସେ ନେପାଳର ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ସଚିନଙ୍କୁ ବିବାହ କରିଛନ୍ତି। ଏବେ ସିନା ଏହି ପାକ୍‌ ଯୁବତୀ ନିଜର ୪ ଜଣ ଯାକ ପିଲାଙ୍କୁ ନେଇ ପଳାଇ ଆସିଛନ୍ତି, ଏହା ପୂର୍ବରୁ ସେ ଥରେ ଏକାକୀ ଭାରତ ଆସିଥିଲେ ବୋଲି ଜଣାପଡ଼ିଛି।

ସୀମାଙ୍କ କହିବା କଥା ହେଉଛି ଭାରତ ଆସିବା ବାଟରେ ସେ ୭ ଦିନ ପର୍ଯ୍ୟନ୍ତ ନେପାଳର ଏକ ହୋଟେଲ୍‌ରେ ରହିଥିଲେ। ସଚିନଙ୍କ ପାଇଁ ସୀମା ପରିବାର ଲୋକଙ୍କୁ କେଉଁ ମିଛ କହିଥିଲେ ତାହା ମଧ୍ୟ ଜଣାଇଛନ୍ତି। ନିକଟରେ ଗଣମାଧ୍ୟମରେ ତାଙ୍କର ବୟାନ ଦେଇ ସୀମା କହିଛନ୍ତି କି ସେ ଘରେ ବୁଲିବାକୁ ଯାଉଛନ୍ତି ବୋଲି କହି ପଳାଇ ଆସିଥିଲେ। ତାଙ୍କ ପରିବାର ଲୋକ ଭାବୁଥିଲେ ସେ ଲାହୋରରେ ଅଛନ୍ତି। ସେ ସମୟରେ ନିଜ ପିଲା ଓ ପରିବାର ଲୋକଙ୍କ ସହ କଥା ହେଲା ବେଳେ ସୀମା ସଚିନଙ୍କଠୁ ଦୂରକୁ ଯାଇ ଭିଡିଓ କଲ୍‌ କରୁଥିଲେ।

ଏବେ ପୁଣି ଥରେ ବେଆଇନ୍‌ ଭାବେ ଭାରତ ଆସିବା ପରେ ଏବେ ସଚିନଙ୍କ ସହ ରହୁଛନ୍ତି। ଏହାରି ମଧ୍ୟରେ ସୀମାଙ୍କ ପାକିସ୍ତାନୀ ସ୍ବାମୀ ଏକ ଭିଡିଓ ଜାରି କରି ନିଜ ପିଲାଙ୍କୁ ଫେରସ୍ତ ଚାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର