ଏତଲା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବଞ୍ଚିଯାଇଥାନ୍ତେ ଶ୍ରଦ୍ଧା, ଏବେ ଆମେ କରାଇବୁ ଯାଞ୍ଚ: ଫଡ଼ନାବୀସ

ମୁମ୍ବାଇ: ଶ୍ରଦ୍ଧା ହତ୍ୟା ମାମଲାକୁ ନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଶ୍ରଦ୍ଧାଙ୍କ ଅଭିଯୋଗର ପତ୍ର ଦେଖିଛି। ଏହି ଘଟଣାକୁ ନେଇ ମୁଁ ବହୁତ ଗମ୍ଭୀର ଅଛି। ଯଦି ଏହା ଉପରେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା, ହୁଏତ ଶ୍ରଦ୍ଧାଙ୍କ ଜୀବନ ବଞ୍ଚିପାରିଥାନ୍ତା। ଶ୍ରଦ୍ଧାଙ୍କ ଅଭିଯୋଗ ସତ୍ତ୍ବେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ସେ ନେଇ ତଦନ୍ତ କରାଯିବ ବୋଲି ଫଡନାବୀସ କହିଛନ୍ତି।

ଶ୍ରଦ୍ଧା ନଭେମ୍ବର ୨୦୨୦ରେ ମୁମ୍ବାଇରେ ଅଫତାବଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଥିରେ ସେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଲେଖିବା ସହ ଅଫତାବ ତାଙ୍କୁ ଖଣ୍ଡ ଖଣ୍ଡ କରିଦେବାକୁ ଧମକ ଦେଉଛି ବୋଲି ଶ୍ରଦ୍ଧା ପୁଲିସକୁ ଜଣାଇଥିଲେ। ଏହି ଅଭିଯୋଗର ଏକ କପି ପାଇବା ପରେ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ୍ କହିଛନ୍ତି ଯେ, ଅଭିଯୋଗ ପାଇ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କଲା ନାହିଁ, ତାହା ଜାଣିବା ଜରୁରୀ। ଏହାର ତଦନ୍ତ କରିବାକୁ ପଡିବ। ମୁଁ କାହାକୁ ଦୋଷ ଦେବାକୁ ଚାହେଁ ନାହିଁ। କିନ୍ତୁ ଏଭଳି ଗମ୍ଭୀର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଗଲା ନାହିଁ, ତାହା ମୋତେ ଆଶ୍ଚର୍ଯ୍ୟ କରୁଛି। ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା ତେବେ ଶ୍ରଦ୍ଧାଙ୍କ ଜୀବନ ବଞ୍ଚିପାରିଥାନ୍ତା।

ସମ୍ବନ୍ଧିତ ଖବର