ବାଂଲାଦେଶ ସାଂସଦଙ୍କୁ ହତ୍ୟା ମାମଲାରେ ବଡ ଖୁଲାସା: ସାଙ୍ଗ ଦେଇଥିଲେ ୫ କୋଟିର ସୁପାରି

କୋଲକାତା: ବାଂଲାଦେଶର ଶାସକ ଅାୱାମି ଲିଗ୍‌ ପାର୍ଟିର ଜଣେ ସାଂସଦଙ୍କୁ କୋଲକାତାରେ ହତ୍ୟା ମାମଲାରେ ଆଜି ଏକ ବଡ ଖୁଲାସା ହୋଇଛି | କୋଲକାତାରେ ସାଂସଦ ଅନୱରୁଲ ଅଜିମ୍‌ ଅନାରଙ୍କୁ ହତ୍ୟା ମାମଲାରେ ବାଂଲାଦେଶରେ ୩ ଜଣଙ୍କୁ ଗିରଫ କରାଯାଇଛି। ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କ ହତ୍ୟା ଘଟଣାର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ତାଙ୍କର ଜଣେ ବନ୍ଧୁ ତାଙ୍କ (ସାଂସଦ) ହତ୍ୟା ପାଇଁ ପ୍ରାୟ ୫ କୋଟି ଟଙ୍କା ସୁପାରି ଦେଇଥିଲେ । ଜଣେ ବରିଷ୍ଠ ସିଆଇଡି ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ ବୁଧବାର ଦିନ କହିଥିଲେ ଯେ ମେ ୧୩ ରୁ କୋଲକାତାରେ ନିଖୋଜ ଥିବା ଅନାରଙ୍କୁ ହତ୍ୟା କରାଯାଇଛି ଏବଂ ତିନି ଜଣଙ୍କୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗ ପୁଲିସ କହିଛି ଯେ ରାଜ୍ୟ ସିଆଇଡି ଏହି ମାମଲାର ତଦନ୍ତ କରୁଛି।

ଅଧିକାରୀ ପିଟିଆଇକୁ କହିଛନ୍ତି, ‘ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ । ସାଂସଦଙ୍କ ଜଣେ ପୁରୁଣା ବନ୍ଧୁ ତାଙ୍କୁ ହତ୍ୟା କରିବା ପାଇଁ ବିପୁଳ ପରିମାଣର ଅର୍ଥ (ପ୍ରାୟ ୫ କୋଟି ଟଙ୍କା) ସୁପାରି ଦେଇଥିଲେ। ସେ କହିଛନ୍ତି, ‘ଆୱାମୀ ଲିଗ୍ ସାଂସଦଙ୍କ ବନ୍ଧୁ ଜଣେ ଆମେରିକୀୟ ନାଗରିକ ଏବଂ କୋଲକାତାରେ ତାଙ୍କର ଏକ ଫ୍ଲାଟ ଅଛି।’ ସିଆଇଡି ଆଇଜି ଅଖିଳେଶ ଚତୁର୍ବେଦୀ ବୁଧବାର କହିଛନ୍ତି ଯେ ଅନାରଙ୍କୁ ହତ୍ୟା କରାଯାଇଥିବାର ପୁଲିସ ପାଖରେ ବିଶ୍ୱାସଯୋଗ୍ୟ ସୂତ୍ର ଅଛି, କିନ୍ତୁ ତାଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। କୋଲକାତାର ଉପକଣ୍ଠରେ ଥିବା ଆପାର୍ଟମେଣ୍ଟରେ ପୁଲିସ ରକ୍ତ ଦାଗ ପାଇଛି କି ନାହିଁ ବୋଲି ପଚରାଯିବାରୁ ଅଖିଳେଶ ଚତୁର୍ବେଦୀ କହିଛନ୍ତି ଯେ ‘ଆମର ଫୋରେନସିକ୍ ଟିମ ଏନେଇ ତଦନ୍ତ କରୁଛି। ତଦନ୍ତ ପରେ ହିଁ ଏବାବଦରେ କିଛି କହିହେବ |

ସମ୍ବନ୍ଧିତ ଖବର