ଦୁଷ୍କର୍ମ ସହ ଜୀବନରୁ ମାରିଦେବାର ଧମକ ମିଳୁଛି: ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ରବିବାର କହିଛନ୍ତି ଯେ ଆପ ନେତା ତଥା ସେମାନଙ୍କ କର୍ମକର୍ତ୍ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଚରିତ୍ର ସ୍ଖଳନ ଅଭିଯାନ ପରେ ଏବେ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ଦିଆଯାଉଛି। ୟୁଟ୍ୟୁବ ଧ୍ରୁଭ ରାଠି ତାଙ୍କ ବିରୋଧରେ ଏକପାଖିଆ ଭିଡିଓ ପୋଷ୍ଟ କରିବା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଥିବା ସେ କହିଛନ୍ତି। ମାଲିୱାଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ମୋ ଦଳର ନେତା ତଥା କର୍ମକର୍ତ୍ତାମାନେ ମୋ ବିରୁଦ୍ଧରେ ଚରିତ୍ର ସ୍ଖଳନ, ଲଜ୍ଜାଜନକ ତଥା ଉତ୍ତେଜନାମୂଳକ ଅଭିଯାନ ଆରମ୍ଭ କରିଛନ୍ତି । ମୋତେ ଦୁଷ୍କର୍ମ ଓ ହତ୍ୟା ଧମକ ଦିଆଯାଉଛି । ଯେତେବେଳେ ୟୁଟ୍ୟୁବର ଧ୍ରୁଭ ରାଠି ତାଙ୍କ ବିରୋଧରେ ଏକପାଖିଆ ଭିଡିଓ ପୋଷ୍ଟ କରିଥିଲେ |

ସ୍ୱାତୀ ଅଭିଯୋଗ କରିଛନ୍ତି ଯେ ଦଳର ନେତାମାନେ ଏବେ ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି | ମାଲିୱାଲ କହିଛନ୍ତି, “ମୁଁ ଏହି ଦୁଷ୍କର୍ମ ଏବଂ ହତ୍ୟା ଧମକ ବାବଦରେ ଦିଲ୍ଲୀ ପୁଲିସକୁ ଜଣାଇଛି। ମୁଁ ଆଶା କରୁଛି ସେମାନେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନା ଥାଉ କି ଯେ, ମଇ ୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ମାଲିୱାଲଙ୍କ ସହ ହୋଇଥିବା ଅସଦାଚରଣ ମାମଲାରେ ବିଭବ କୁମାରଙ୍କୁ ଗିରଫ କରାଯାଇଥିଲା। କେଜ୍ରିୱାଲଙ୍କ ପୂର୍ବତନ ପିଏସ ବିଭବ କୁମାର ଶନିବାର ଜାମିନ ପାଇଁ ସ୍ଥାନୀୟ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି।

ସମ୍ବନ୍ଧିତ ଖବର