ଭୂସ୍ଖଳନ ପରେ ମାଟିତଳେ ଚାପି ହୋଇଯାଇଛନ୍ତି ୬୭୦ଜଣ ଲୋକ

ନୂଆଦିଲ୍ଲୀ: ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଏଙ୍ଗା ପ୍ରଦେଶର କାଓକାଲମ ଗ୍ରାମ ନିକଟରେ ଗତଶୁକ୍ରବାର ଭୋର୍ ପ୍ରାୟ ୩ଟା ସମୟରେ ଶକ୍ତିଶାଳୀ ଭୂସ୍ଖଳନ ହୋଇଥିଲା । ଏହି ଭୂସ୍ଖଳନ ହେତୁ ପାଖାପାଖି ୧୫୦ଗାଁ ଆଖି ପିଛୁଳାକେ ମାଟି‌ରେ ଦବି ଯାଇଥିଲା। ମାଟି ତଳେ ଅନେକ ଲୋକ ଚାପି ହୋଇଯାଇଥିବାର ଆକଳନ କରଯାଇଥିଲା।

ରବିବାର ଅନ୍ତର୍ଜାତୀୟ ପ୍ରବାସନ ସଂଗଠନ ପାପୁଆ ନ୍ୟୁ ଗିନିରେ ହୋଇଥିବା ଭୂସ୍ଖଳନରେ ମାଟି ତ‌ଳେ ୬୭୦ଜଣ ଲୋକ ଚାପି ହୋଇ ରହିଥିବା ସୂଚନା ଦେଇଛି।

ଅନ୍ତର୍ଜାତୀୟ ପ୍ରବାସନ ସଂଗଠନର ମୁଖ୍ୟ  ସେରହାନ ଏକ୍ଟୋପ୍ରାକ କହିଛନ୍ତି, ଭୂସ୍ଖଳନ ହେତୁ ହୋଇଥିବା ମୃତ୍ୟୁର ଆକଳନ ୟମବଲି ଗ୍ରାମ ଓ ଏଙ୍ଗା ଗ୍ରାମର ଅଧିକାରୀଙ୍କ ଆକଳନ ଉପରେ ନିର୍ଭରଶୀଳ ଥିଲା। ଗତ ଶୁକ୍ରବାର ହୋଇଥିବା ଭୂସ୍ଖଳନ ହେତୁ ମାଟି ତ‌ଳେ ୬୭୦ରୁ ଅଧିକଲୋକ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି।

ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଅନେକ ମୃତଦେହ ଏବେବି ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ।

ଗତ ଶୁକ୍ରବାର ସ୍ଥାନୀୟ ସରକାରୀ ଅଧିକାରୀ ଭୂସ୍ଖଳନ ହେତୁ ମୃତ୍ୟୁ ସଂଖ୍ୟା ୧୦୦ ସୂଚନା ଦେଇଥିବା ବେଳେ ରବିବାର ସୁଦ୍ଧା ମାଟିତଳୁ ଆଉ ୫ଜଣଙ୍କ ମୃତଦେହ ସହିତ ଜଣେ ପୀଡ଼ିତଙ୍କ ଗୋଡ଼ ଉଦ୍ଧାର ହୋଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର