ସ୍ବାତୀ ମାଲିୱାଲଙ୍କ ସମର୍ଥନରେ ବାହାରି ଭିଡିଓ ପୋଷ୍ଟ କଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ସ୍ବାତୀ ମାଲିୱାଲଙ୍କ ସହ ଅସଦାଚରଣକୁ ନେଇ ବିବାଦ ତେଜିବାରେ ଲାଗିଛି। ଗୋଟିଏ ପଟେ ଦିଲ୍ଲୀ ପୁଲିସ ଟିମ୍ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତା ଏବଂ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିପାରିବା ପାଇଁ ସମୟ ଦେଇ ଆସି ନଥିବା ବେଳେ ନିର୍ଭୟାଙ୍କ ମା’ ଆଶା ଦେବୀ ସ୍ବାତୀଙ୍କ ସମର୍ଥନରେ ବାହାରି ଏକ ଭିଡିଓ ପୋଷ୍ଟ କରିଛନ୍ତି।

ଆଶା ଦେବୀଙ୍କ ସାକ୍ଷାତକାରର ଏକ ଭିଡିଓ ସ୍ବାତୀ ମାଲିୱାଲ ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏଥିରେ ଆଶା ଦେବୀ ଦେଇଥିବା ବିବୃତ୍ତିକୁ ନେଇ ସ୍ବାତୀ କହିଛନ୍ତି ମୁଁ ଜାଣିଛି ଏହାକୁ କିଛିଲୋକ ବିଜେପିର ଏଜେଣ୍ଡା କରିଦେବେ।

ଏହି ଭିଡିଓ ସେୟାର କରି ସ୍ବାତୀ ମାଲିୱାଲ ଲେଖିଛନ୍ତି, “ନିର୍ଭୟାଙ୍କ ମା’ ନ୍ୟାୟ ପାଇଁ ଦୀର୍ଘଦିନର ଯୁଦ୍ଧ ଲଢ଼ିଛନ୍ତି। ଅନେକ କଷ୍ଟ ସହିଛନ୍ତି। ଯେତେବେଳେ ମୁଁ ନିର୍ଭୟାଙ୍କ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ଅନଶନ କରୁଥିଲି, ସେତେବେଳେ ସେ ମୋତେ ସମର୍ଥନ କରିଥିଲେ। ଆଜି ଯେତେବେଳେ ମୁଁ ଅସୁବିଧାରେ ପଡ଼ିଛି ସେ ମୋ ସମର୍ଥନରେ ସାମ୍ନାକୁ ଆସିଛନ୍ତି।

ମୋର ସମର୍ଥନ କରି ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକି ମୋତେ ଭାବୁକ କରି ଦେଇଛି।  କିନ୍ତୁ ଏହା ବଡ କଥା ନୁହେଁ, ବର୍ତ୍ତମାନ କିଛି ନେତା  ଆଶା ଦେବୀ ମୋତେ ସମର୍ଥନ କରିଥିବାରୁ ତାଙ୍କୁ ବିଜେପି ଏଜେଣ୍ଡା ବୋଲି କହିବେ। “

ସମ୍ବନ୍ଧିତ ଖବର