ରାମନବମୀ ଶୋଭାଯାତ୍ରା ବେଳେ ପଶ୍ଚିମବଙ୍ଗରେ ହିଂସା

କୋଲକାତା: ପଶ୍ଚିମବଙ୍ଗରେ ରାମ ନବମୀ ଅବସରରେ ହିଂସା ଦେଖିବାକୁ ମିଳିଛି। ଏହା କିଛି ନୂଅ କଥା ନୁହେଁ, ପଶ୍ଚିମବଙ୍ଗରେ ବିଭିନ୍ନ ସମୟରେ ରାମନବମୀ ଶୋଭାଯାତ୍ରା ସମୟରେ ଦଙ୍ଗା ହେବା ସହ ହିଂସା ଦେଖିବାକୁି ମିଳେ।  ଏବେ ପୁଣି ପଶ୍ମିମବଙ୍ଗର ମୁର୍ଶିଦାବାଦରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ଗତକାଲି ସନ୍ଧ୍ୟାରେ ରାମନବମୀ ଅବସରରେ ମୁର୍ସିଦାବାଦ ଜିଲ୍ଲାର ରେଜିନଗର ଶକ୍ତିପୁର ଅଞ୍ଚଳରେ ରାମ ନବମୀ ଶୋଭାଯାତ୍ରାରେ ସଂଘର୍ଷ ଓ ହିଂସାକାଣ୍ଡ ଘଟଛି। ଯେଉଁ ହିଂସାକାଣ୍ଡରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ରାମ ନବମୀ ଶୋଭାଯାତ୍ରା ଯାଉଥିବା ବେଳେ କିଛି ଲୋକ ଛାତ ଉପରେ ରହି ପଥର ମାଡ଼ କରିଥିଲେ । ପରିସ୍ଥିତି ଉତ୍ତୋଜନା ହେବା ପରେ ପୁଲିସ ଲାଠି ଚାର୍ଜ କରିବା ଆରମ୍ଭ କରିଥିଲା ।

ସେପଟେ ବିଜେପି ଅଭିଯୋଗ କରିଛି ପଶ୍ମିମବଙ୍ଗରେ ଏଭଳି କାମ ହେବା କିଛି ନୂଆ କଥା ନୁହେଁ । ପ୍ରତିବର୍ଷ ରାମ ନବମୀରେ ଜାଣିଶୁଣି ଏଭଳି କିଛି ଲୋକ ଦଙ୍ଗା ସୃଷ୍ଟି କରିଥାନ୍ତି । ଯାହା ବର୍ତ୍ତମାନ ଦଙ୍ଗା ସୃଷ୍ଟି କରୁଥିବା ଲୋକମାନଙ୍କ ପାଇଁ ନୂଆ କଥା ହୋଇ ନାହିଁ। ହିନ୍ଦୁଙ୍କୁ ସ୍ୱତନ୍ତ୍ର ଭାବେ ଜାଣିଶୁଣି ଆକ୍ରମଣ କରାଯାଇଥାଏ। ସେପଟେ କିିଛିି ଦିନ ଆଗରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ ରାମ ନବମୀ ଦିନ ମୌଣସି ଦଙ୍ଗା ସୃଷ୍ଟି ନକରିବା ପାଇଁ। କିନ୍ତୁ ଏବେ ଏହି ଘଟଣା ସାମ୍ନାକୁ ଆସିଛି ।
ସମ୍ବନ୍ଧିତ ଖବର