ବ୍ୟାପମ ଦୁର୍ନୀତି ମାମଲା: ୫ ଜଣଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

‌‌ଭୋପାଳ : ବ୍ୟାପମ ଦୁର୍ନୀତି ମାମଲାରେ ୫ ଜଣଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ୨୦୧୩ରେ ମଧ୍ୟପ୍ରଦେଶ ବ୍ୟବସାୟିକ ପରୀକ୍ଷା ମଣ୍ଡଳ ତଥା ବ୍ୟାପମ ଦ୍ବାରା ହୋଇଥିବା ପୁଲିସ ନିଯୁକ୍ତି ପରୀକ୍ଷାରେ ଘୋର ଅନିୟମିତତା ହୋଇଥିଲା। ଏହି ମାମଲାରେ ସ୍ବତନ୍ତ୍ର କୋର୍ଟ ବିଚାରପତି ନିତିରାଜ ସିଂହ ସିସୋଦିଆ ଅଭିଯୁକ୍ତ କମଳ କିଶୋର, ଅମର ସିଂହ, ନଗେନ୍ଦ୍ର ସିଂହ , ସୁରେଶ ସିଂହ ଏବଂ ରବି କୁମାର ରାଜପୁତଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ମଧ୍ୟ ସେମାନଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ବିଚାରଣ ପ୍ରକ୍ରିୟାରୁ ଜଣାପଡ଼ିଛି ଯେ କମଳ, ଅମର, ନଗେନ୍ଦ୍ର ଏବଂ ସୁରେଶ ସେମାନଙ୍କ ବଦଳରେ ମଧ୍ୟପ୍ରଦେଶ ପୁଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ବସିବାପାଇଁ କିଛି ଯୁବକଙ୍କୁ ଆଣିଥିଲେ। ରବି ରାଜପୁତ ନଗେନ୍ଦ୍ର ପାଇଁ ପୁଲିସ ନିଯୁକ୍ତି ପରୀକ୍ଷା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର