ଭୋଟ ପୂର୍ବରୁ ଭାଇରାଲ ହେଲେ ଏହି ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଶୁକ୍ରବାର ୧୯ ଏପ୍ରିଲରୁ ଭୋଟ ଆରମ୍ଭ ହୋଇଯିବ। ଏହି କ୍ରମରେ ମଧ୍ୟପ୍ରଦେଶର ସିଧି, ସହଡୋଲ, ମଣ୍ଡଳା, ଜବଲପୁର, ବାଲାଘାଟ ଓ ଛିଣ୍ଡୱାରାରେ ବି ଆସନ୍ତାକାଲି ଭୋଟ ରହିଛି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ବି ସାରିଛି।

ଭୋଟିଂକୁ ଦୃଷ୍ଟିରେ ରଖି ନିର୍ବାଚନ ଅଧିକାରୀଙ୍କୁ ଡ୍ୟୁଟି ଦିଆଯାଇ କାମ ବାଣ୍ଟି ଦିଆଯାଇଛି। ଏହାରି ଭିତରେ ମଧ୍ୟପ୍ରଦେଶର ଛିଣ୍ଡୱାରା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଜଣେ ନିର୍ବାଚନ ଅଧିକାରୀଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ମଧ୍ୟପ୍ରଦେଶର ଜନସମ୍ପର୍କ ବିଭାଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ସାମଗ୍ରୀ ନେଇ ଯାଉଥିବା ଦୁଇଜଣେ ମହିଳା ଅଧିକାରୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିମଧ୍ୟରୁ ଖଇରିଆ ରଙ୍ଗର ପୋଷାକ ପିନ୍ଧିଥିବା ନିର୍ବାଚନ ଅଧିକାରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ପୋଷ୍ଟର କ୍ୟାପସନରେ ଲେଖାହୋଇଛି, ‘କର୍ତ୍ତବ୍ୟ ପଥରେ ଆଗକୁ ବଢ଼ୁଛି ପାଦ… ଭୋଟ ଦେବାକୁ ଚାଲିଲୁ ଆମେ … ଛିଣ୍ଡୱାରା ଲୋକସଭା ନିର୍ବାଚନ ମଣ୍ଡଳୀ-୧୬ର ନିର୍ବାଚନ ଦଳର ସଦସ୍ୟ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ଆପଣ ବି ନିଜର କର୍ତ୍ତବ୍ୟ ପାଳନ କରି ଭୋଟ ଦେବାକୁ ଆସନ୍ତୁ।

ଭାଇରାଲ ହୋଇଥିବ‌ା ଏହି ମହିଳା ନିର୍ବାଚନ ଅଧିକାରୀଙ୍କ ନାମ ସୁଶୀଲା କନେଶ ବୋଲି ଜଣାପଡ଼ିଛି। ସେ ରାଜ୍ୟ ସରକାରଙ୍କ ସହକାରୀ ଗ୍ରେଡ- ୩ ଅଧିକାରୀ ରହିଥିବା ବେଳେ ତାଙ୍କୁ ତାଙ୍କୁ ଛିଣ୍ଡୱାରା ଜିଲ୍ଲାର ଯୋଗାଣ ଶାଖାରେ ପୋଷ୍ଟ କରାଯାଇଛି।

 

 

ସମ୍ବନ୍ଧିତ ଖବର