ସୁନ୍ଦରଗଡ ବିଧାନସଭା ଆସନରେ ନାମାଙ୍କନ ଦାଖଲ କଲେ ସିପିଆଇ ପ୍ରାର୍ଥୀ ରାଜେନ୍ଦ୍ର

ସୁନ୍ଦରଗଡ: ସାଧାରଣ ନିର୍ବାଚନ-୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନର ଷଷ୍ଠ ଦିନରେ ବୁଧବାର ସୁନ୍ଦରଗଡ ବିଧାନସଭା ଆସନ ପାଇଁ ସିପିଆଇ ପ୍ରାର୍ଥୀ ରାଜେନ୍ଦ୍ର ନାଏକ ନାମାଙ୍କନ ଦାଖଲ କରିଛନ୍ତି। କର୍ମୀ ଏବଂ ସମର୍ଥକଙ୍କ ଗହଣରେ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ସେ ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି। ସିପିଆଇ ଗରିବ, ଖଟିଖିଆଙ୍କ ଦଳ ଏବଂ ଲୋକେ ବିକଳ୍ପ ଭାବେ ଏଥର ସିପିଆଇକୁ ଭୋଟ ଦେବେ ବୋଲି ସେ କହିଥିଲେ। ଜଳ, ଜମି ଓ ଜଙ୍ଗଲ ଉପରେ ଜନଗଣଙ୍କ ଅଧିକାର, ପରିବେଶ ସୁରକ୍ଷା, ଵେରୋଜଗାରୀଙ୍କୁ ସ୍ଥାନୀୟ କର୍ମ ନିଯୁକ୍ତି, ପେସା ଆଇନର କାର୍ଯ୍ୟକାରିତା ନେଇ ଓଡ଼ିଶା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମଇଦାନକୁ ଓହ୍ଲାଇଛି।

ପାର୍ଟିର ବରିଷ୍ଠ ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ଯ ତଥା ଏଆଇଟିୟୁସି ରାଜ୍ୟ ସଭାପତି କମ୍ରେଡ୍ ଅଶୋକ ଦାଶ, ପାର୍ଟିର ଜାତୀୟ ପରିଷଦ ସଦସ୍ୟ କ୍ଷୀରୋଦ ସିଂହଦେଓ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ଜମାକାରୀ ଆନ୍ଦୋଳନର ଆବାହକ ଜୟନ୍ତ ଦାସ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୋଷ ମହାନ୍ତି, ଧୃବ ପ୍ରଧାନ, ସୁନୀଲ ନାୟକ, ସଦାନନ୍ଦ ସାହୁ, ସନ୍ତୋଷ ଆଚାର୍ଯ୍ୟ, ରାଧେଶ୍ୟାମ ଗରଡିଆ, ପୁର୍ବତନ ସରପଞ୍ଚ କ୍ଷମାଶୀଳ ମାଝୀ, ସରପଞ୍ଚ ପୁରବୀ ନାଏକ, ଯୁବନେତା ନରେଶ ମେହେର, ପ୍ରଦୀପ ମହାନନ୍ଦ, ବଂଶୀଧର କଉଡ଼ି, ମମତା ସା, ରବୀନ୍ଦ୍ର ବେହେରା, ଅଖିଳ ମାଝୀ, ଭଗଵାନ ସା, ପରମାନନ୍ଦ ପଟେଲ,ବିମଳା ଭୋଇ, ସୁରେନ୍ଦ୍ର କିଶାନ, କମଳ ଷଣ୍ଢ ପ୍ରମୁଖ ନେତୃତ୍ଵ ନେଇଥିଲେ।

ସମ୍ବନ୍ଧିତ ଖବର