ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନ ଚାହୁଁଥିବା କାମରେ ସଫଳତା ମିଳିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଗୃହିଣୀ ନିଜର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିଦେବେ। ବେପାରୀଙ୍କ ଲାଗି ଦିନଟି ବହୁତ ଭଲ।

ବୃଷ: ଆପଣ ଯେଉଁ କାମ କରିବାକୁ ଚାହୁଁଛନ୍ତି ତାହା ସଂପୂର୍ଣ୍ଣ ହେବ। ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ। ଘରେ କୌଣସି ଶୁଭକାର୍ଯ୍ୟ ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ।

ମିଥୁନ: ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ବ୍ୟକ୍ତିଗତ ବିଷୟରେ ଚିନ୍ତାଧାରା ବଦଳି ପାରେ। ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କର୍କଟ: ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ବ୍ୟାଙ୍କ କର୍ମଚାରୀଙ୍କ ଲାଗି ଦିନଟି ଭଲ। ପଦୋନ୍ନତିର ସୂଚନା ମିଳିବ। ନବ ବିବାହିତଙ୍କ ଜୀବନରେ ମଧୁରତା ବଢ଼ିବ।

ସିଂହ: ପୂର୍ବରୁ କରିଆସୁଥିବା କାମରେ ଲାଭ ପାଇବେ। ସରକାରୀ ଚାକିରିଆ ନିଜ କାମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। କୌଣସି ଭଲ ଖବର ପାଇବେ। ଆପଣ ଭାବପ୍ରବଣ ରହିବେ।

କନ୍ୟା: ଦିନଟି ଆତ୍ମବିଶ୍ବାସ ଭରା ରହିବ। ପୂର୍ବ ଅନୁଭବ କାମରେ ଆସିବ। କାରବାର ବୃଦ୍ଧି ଲାଗି ଦିନଟି ଭଲ। କ୍ୟାରିଅରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ‌ପ୍ରେମ ଜୀବନ ଭଲ ରହିବ।

ତୁଳା: ସମାଜରେ କରିଥିବା କାମ ପାଇଁ ଆପଣଙ୍କର ସମ୍ମାନ ବଢ଼ିବ। କ୍ୟାରିୟରରେ ଉନ୍ନତି ପାଇଁ ମାର୍ଗ ଖୋଲିବ। ସ୍କୁଲ ଜୀବନର ସାଙ୍ଗ ସହିତ ଫୋନ୍‌ରେ କଥା ହୋଇପାରନ୍ତି।

ବିଛା: କୌଣସି ଶୁଭ ସମ୍ବାଦ ପାଇବେ। ବେପାରରେ ଲାଭ ହେବାର ସମ୍ଭାବନା ଅଛି। ଚାକିରିଆ ଆଗକୁ ବଢ଼ିବାର ମଉକା ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ଧନୁ: କୌଣସି ନୂଆ କାମ କରିବା ପାଇଁ ଭାବିବେ। ଅଧିକାରୀବର୍ଗ ସହିତ ସଂପର୍କରେ ଘନିଷ୍ଠତା ବଢ଼ିବ। ଜମି ମାମଲା ସମାଧାନ ହୋଇଯିବ। ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଧୁର ହେବ।

ମକର: ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। ଉପାର୍ଜନ ବିଷୟରେ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧ ବହୁତ ଭଲ ରହିବ।

କୁମ୍ଭ: କୌଣସି ନୂଆ କାମ କରିବା ଲାଗି ଭାବିପାରନ୍ତି। ଯେଉଁ କାମ ମନପ୍ରାଣ ଢାଳି କରିବେ, ସେଥିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମୀନ: ପୂର୍ବ କଥା ପାଇଁ ଚିନ୍ତିତ ରହିପାରନ୍ତି। ବନ୍ଧୁ ସହ ବ୍ୟକ୍ତିଗତ ବିଷୟରେ ଆଲୋଚନା କରିବେ। ବେପାରୀଙ୍କୁ ନୂଆ ସଫଳତା ମିଳିପାରେ। ମହିଳାମାନଙ୍କୁ ଘର କାମରେ ଆରାମ ମିଳିବ।

ସମ୍ବନ୍ଧିତ ଖବର