୨ ମହିଳାଙ୍କ ସମେତ ୩ ଲୁଟେରା ଗିରଫ

ଭୁବନେଶ୍ବର: ଭିନ୍ନ ଭିନ୍ନ ଲୁଟ୍‌ ମାମଲାରେ ଖାରବେଳନଗର ଥାନା ପୁଲିସ ଆଜି ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସନ୍ ତୋଷୀ ନାୟକ(୨୪), ମାମିନା ନାୟକ(୨୫) ଓ ଡମୁଡୁମା ଅଞ୍ଚଳର କାହ୍ନା ଦାସ(୨୩)। ପୁଲିସ ସୂଚନାନୁସାରେ ଗତକାଲି ଅପରାହ୍ଣରେ ପପୁ ଦିଗଲ ଭୁବନେଶ୍ବର ରେଲୱେ ଷ୍ଟେସନକୁ ଟିକେଟ କିଣିବା ପାଇଁ ଯାଇଥିଲେ। ମାମିନା ଓ ସନ୍ତୋଷୀ ମିଳିତଭାବେ ପପୁଙ୍କୁ ଆକ୍ରମଣ କରି ତାଙ୍କଠାରୁ ଗୋଟିଏ ମୋବାଇଲ ଫୋନ୍‌ ଓ ୨୧ ଶହ ଟଙ୍କା ଛଡ଼ାଇ ନେଇଥିଲେ।

ଅଭିଯୋଗ ହେବା ପରେ ପୁଲିସ ସେମାନଙ୍କୁ କାବୁ କରିବା ସହ ସେମାନଙ୍କଠାରୁ ପପୁଙ୍କ ମୋବାଇଲ୍‌ ଫୋନ ଓ ୫୦୦ ଟଙ୍କା‌ ଜବତ କରିଛି। ଅନ୍ୟ ଏକ ମାମଲାରେ ସନ୍ତୋଷ ପଣ୍ଡା ଆଜି ଅଶୋକନଗର ଅଟୋଷ୍ଟାଣ୍ଡ ନିକଟରେ ଜଣେ ସମ୍ପର୍କୀୟଙ୍କୁ ଅପେକ୍ଷା‌ କରିଥିବା ବେଳେ ଅଭିଯୁକ୍ତ କାହ୍ନା ହଠାତ୍ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସନ୍ତୋଷଙ୍କ ହାତରୁ ମୋବାଇଲ ଫୋନ୍‌ ତଳେ ପଡ଼ିଯାଇଥିଲା। ସନ୍ତୋଷ ମୋବାଇଲ୍‌ ଫୋନ୍‌ ନେଇ ସେଠାରୁ ଦୌଡ଼ି ପଳାଇଥିଲା। ଏନେଇ ସନ୍ତୋଷ ଅଭିଯୋଗ କରିବା ପରେ ଖାରବେଳନଗର ଥାନା ପୁଲିସ ତଦନ୍ତ କରି କାହ୍ନାକୁ ଚିହ୍ନଟ କରିଥିଲା। ତା’ ନିକଟରୁ ପୁଲିସ ମୋବାଇଲ ସହ ୩୯୭୫ଟଙ୍କା ଜବତ କରିଛି।

ସମ୍ବନ୍ଧିତ ଖବର