ରାଜଧାନୀ ଇଞ୍ଜିନିୟରିଂ କଲେଜରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଉଦ୍‌ଘାଟିତ

ଭୁବନେଶ୍ବର: ‘ରାଜଧାନୀ ଇଞ୍ଜିନିୟରିଂ କଲେଜ’ ଏବଂ ‘ଅଲ୍ଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍‌’ର ମିଳିତ ଉଦ୍ୟମରେ କଲେଜ ପରିସରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଭାପତି ଭି. ରାମଚନ୍ଦ୍ର, ସମ୍ମାନିତ ଅତିଥି ଅଲ୍ଟ୍ରାଟେକ୍‌ ସିମେଣ୍ଟ ଲିମିଟେଡର ଜୋନାଲ ଟେକ୍ନିକାଲ ହେଡ୍‌ ପ୍ରଦୀପ ଝା ଏବଂ ଅଲ୍ଟ୍ରାଟେକ୍ ସିମେଣ୍ଟ ଲିମିଟେଡର ଜୋନାଲ ହେଡ (ଇଷ୍ଟ ବିଇ) ଅମିତାଭ ପାଣ୍ଡେ ଯୋଗ ଦେଇଥିଲେ। ଏହି ସଭାରେ ଅଲ୍ଟ୍ରାଟେକ୍ ସିମେଣ୍ଟ ଲିମିଟେଡର ଆଞ୍ଚଳିକ ମୁଖ୍ୟ ଇ. ବିଶାଲ କୁଲକର୍ଣ୍ଣି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ବିମଳ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିଲେ। କଲେଜର ଟ୍ରେନିଂ ଏବଂ ପ୍ଲେସ୍‌ମେଣ୍ଟ ବିଭାଗର ନିର୍ଦ୍ଦେଶକ ପ୍ରଫେସର‌ ଗୌରୀଶଙ୍କର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜଧାନୀ ଇଞ୍ଜିନିୟରିଂ କଲେଜ ଏବଂ ଅଲ୍ଟ୍ରାଟେକ୍‌ ସିମେଣ୍ଟ ଲିମିଟେଡ ମଧ୍ୟରେ ଉନ୍ନତ ନିର୍ମାଣ ପ୍ରଯୁକ୍ତି ବିଦ୍ୟା ଉପରେ ଆଧାରିତ ଏକ ବୁଝମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଅନୁଷ୍ଠାନର ସେକ୍ରେଟାରି ସରଦ ଚନ୍ଦ୍ର ପଣ୍ଡା ଏବଂ ଅର୍ଥ ଓ ପ୍ରଶାସନ ବିଭାଗର ନିର୍ଦେଶକ ପ୍ରଫେସର ରମେଶ ଚୌଧୁରୀ ଅଲ୍ଟ୍ରାଟେକ୍ ସିମେଣ୍ଟ ଲିମିଟେଡ ସହ ଏହି ବୁଝାମଣାପତ୍ର ଏକ ବୃହତ ପଦକ୍ଷେପ ବୋଲି କହିଛନ୍ତି। ଏହି ବୁଝାମଣାପତ୍ର କଲେଜର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଛାତ୍ରଛାତ୍ରୀମାନଙ୍କର ନିର୍ମାଣ କ୍ଷେତ୍ରରେ ଆଧୁନିକ ଶୈଳୀ ଏବଂ ଜ୍ଞାନକୌଶଳର ଉନ୍ନତି ଦିଗରେ ସହାୟକ ହେବ।

ସମ୍ବନ୍ଧିତ ଖବର