କମିସନରେଟ୍‌ ପୁଲିସର ବାଇକ୍‌ ପିସିଆର୍ ଫ୍ଲାଗ୍-ଅଫ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଇନଶୃଙ୍ଖଳା ଓ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହିରୋ ମୋଟର୍ସ ତରଫରୁ ଆଜି କମିସନରେଟ୍‌ ପୁଲିସକୁ ୪୦ଟି ହିରୋ ଗ୍ଲାମର୍‌ ବାଇକ୍‌ ପାଟ୍ରୋଲିଂ ପାଇଁ ପ୍ରଦାନ କରାଯାଇଛି।

ଏହା କମିସନରେଟ୍‌ ପୁଲିସ ବ୍ୟବସ୍ଥାକୁ ଅଧିକ ସଂଗଠିତ କରିବ। ପୁଲିସ ସେବା ଭବନରେ ଏନେଇ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାସ, ଭୁବନେଶ୍ବର ଡିସିପି ପ୍ରତୀକ ସିଂହ, ପ୍ରଦୀପ ଅଗ୍ରୱାଲ ଏବଂ ହିରୋ ମୋଟର୍ସର ଓଡ଼ିଶା ମୁଖ୍ୟ ହର୍ଷବର୍ଧନ ପ୍ରମୁଖ ବାଇକ୍ ପିସିଆରଗୁଡ଼ିକୁ ଲୋକାର୍ପିତ କରିଥିଲେ। ଭୁବନେଶ୍ବରରେ ପୁଲିସ ପାଟ୍ରୋଲିଂ, ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଏହି ବାଇକ୍‌ଗୁଡ଼ିକୁ ନିୟୋଜିତ କରାଯିବ ବୋଲି ପୁଲିସ୍‌ କମିସନର୍‌ ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ସମ୍ବନ୍ଧିତ ଖବର