ସ୍କୁଲ ପାଖରେ ଗୁଟ୍‌ଖା ବିକ୍ରି: ସରକାରଙ୍କୁ ମାନବାଧିକାର କମିସନଙ୍କ ନୋଟିସ

ଭୁବନେଶ୍ୱର : ଶିକ୍ଷାନୁଷ୍ଠାନ, ମେଡିକାଲ ଭଳି ଅନ୍ୟ କେତେକ ସମ୍ବେଦନଶୀଳ ସ୍ଥାନରେ ଗୁଟ୍‌ଖା ବିକ୍ରି ନିଷିଦ୍ଧ ପ୍ରସଙ୍ଗରେ ମାନବାଧିକାର କମିସନ୍‌ କଠୋର୍‌ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସରକାରୀ ନିର୍ଦ୍ଦେଶନାମା କେତେଦୂର ପାଳନ ହେଉଛି, ତାହା ଉପରେ ମତ ଉପସ୍ଥାପନ କରିବା ପାଇଁ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଓ ପୁଲିସ କମିସନରଙ୍କୁ ନୋଟିସ୍‌ କରିଛନ୍ତି ମାନବାଧିକାର କମିସନ୍‌। ଏକ ଅଭିଯୋଗର ବିଚାର କରି କମିସନ୍‌ ଏହି ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ଡିସେମ୍ବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତା’ ପୂର୍ବରୁ ରିପୋର୍ଟ କମିସନଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ କୁହାଯାଇଛି। କେବଳ ଜରିମାନା ଏହି ବେପାର ଉପରେ ନିୟନ୍ତ୍ରଣ ଆଣି ପାରୁନଥିବାରୁ ନିଷିଦ୍ଧ ଜାଗାରେ ବିକ୍ରି ହେଉଥିବା ଦୋକାନ ସବୁକୁ ବନ୍ଦ କରିଦେବା ପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଗୁଟ୍‌ଖା ବିକ୍ରି ଉପରେ ରୋକ୍‌ ଲଗା ଯାଇପାରୁ ନଥିବା ନେଇ ‘ସମ୍ବାଦ’‌‌ରେ ଲଗାତାର ଖବର ପ୍ରକାଶ ପାଇବା ପରେ ବାସୁଦେବ ଭଟ୍ଟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର