୪ଦିନରେ ଟ୍ରାଫିକ୍‌ ଅମାନିଆଙ୍କୁ ସାଢ଼େ ୬୭ ହଜାର ଜରିମାନା

ଭୁବନେଶ୍ବର : ରାଜଧାନୀରେ ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ୍‌ କରିବାକୁ ଟ୍ରାଫିକ୍‌ ପୁଲିସ ଚଢ଼ଉ କଡ଼ାକଡ଼ି କରିଛି। ଗତ ୪ ଦିନରେ ୧୩୫ ଗାଡ଼ିରୁ ୬୭ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ରାସ୍ତାରେ ବେଆଇନ ପାକିଂ, ଦ୍ରୁତଗତି, ଓଭର ଲୋଡିଙ୍ଗ, ବିନା ହେଲମେଟ୍‌ ଓ ବିନା ସିଟ୍‌ ବେଲ୍ଟରେ ଗାଡ଼ି ଚାଳନା କରୁଥିବା ଅମାନିଆଙ୍କ ଉପରେ ଏସବୁ ଜରିମାନା କରାଯାଇଛି।

ସମ୍ବନ୍ଧିତ ଖବର