ବୋନସ ଆକାରରେ କର୍ମଚାରୀମାନଙ୍କୁ କାର୍‌ ଓ ଘର ଦେଉଥିବା ସାବଜୀ ଢ଼ୋଲକିଆ ନିଜ ପୈତୃକ ଗାଁର ଏହି ସମସ୍ୟାକୁ କଲେ ଦୂର

ନୂଆଦିଲ୍ଲୀ : ନିଜ କର୍ମଚାରୀମାନଙ୍କ ବୋନସରେ କାର୍‌ ଓ ଘର ଦେଉଥିବା ହୀରା ବ୍ୟବସାୟୀ ସାବଜୀ ଢ଼ୋଲକିଆଙ୍କୁ ତ ଆପଣମାନେ ଜାଣିଥିବେ । ପୂର୍ବରୁ ସେ ନିଜର ଏଭଳି କାମ ପାଇଁ ଚର୍ଚ୍ଚାକୁ ଆସିଥିଲେ । ଏବେ ସେ କରିଥିବା ଆଉ ଏକ କାମ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି । ନିଜ ପୈତୃକ ଗାଁରେ ଥିବା ସବୁଠାରୁ ବଡ଼ ସମସ୍ୟାର ସମାଧାନ କରି ସେ ଏବେ ଆଲୋଚନା ବିଷୟ ପାଲଟିଛନ୍ତି ।

NBT
navbharattimes.indiatimes.com

ସୂଚନା ମୁତାବକ, ଗୁଜୁରାଟର ଦୁଧାଲା ସାବଜୀଙ୍କ ପୈତୃକ ଗାଁ ହୋଇଥିବା ବେଳେ ସେଠାରେ ଲୋକେ ପାଣି ପାଇଁ ଡ଼ହଳ ବିକଳ ହେଉଥିଲେ । ଲୋକମାନଙ୍କ ସମସ୍ୟାକୁ ବୁଝିବା ପରେ ସାବଜୀ ଗାଁ ଲୋକମାନଙ୍କ ପାଇଁ ପୋଖରୀ ଖୋଳିବାକୁ ଚିନ୍ତା କରିଥିଲେ । ଏବେ ଦୁଧାଲାରେ ସେ ୪୫ଟି ପୋଖରୀ ଖୋଳି ସାରିଥିବା ବେଳେ ୭୦ଟି ପୋଖରୀ ଖୋଳିବା ଆଶାରେ କାମ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ସେ ୨୫ଟି ପୋଖରୀ ଖୋଳିବା କାମ ଶେଷ କରିବେ ବୋଲି କହିଛନ୍ତି । ତେବେ ନିଜ ମା’ଙ୍କ ପାଇଁ ସାବଜୀ ଏ ସବୁ କରୁଥିବା ଜଣା ପଡ଼ିଛି । ସାବଜୀ ଛୋଟ ଥିବା ବେଳେ ତାଙ୍କ ମା’ କିପରି ଟୋପାଏ ପାଣି ପାଇଁ ଭଗବାନକୁ ପ୍ରାର୍ଥନା କରୁଥିଲେ ତାହା ଦେଖି ସେ ଏବେ ଲୋକମାନଙ୍କ ପାଣି ସମସ୍ୟା ଦୂର କରିବାରେ ଲାଗି ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର