ଯୁବପିଢ଼ିର ପସନ୍ଦ ହାର୍ଲେ ଡାଭିଡ୍‌ସନ୍‌ ଏକ୍ସ୪୪୦

ହାର୍ଲେ ଡାଭିଡ୍‌ସନ୍‌ର ଏକ୍ସ୪୪୦ ମଡେଲ୍‌ ବାଇକ୍‌ର ମୂଲ୍ୟ ୨,୩୯,୫୦୦ ଟଙ୍କା (ଏକ୍ସ ଶୋ’ରୁମ୍‌) ରହିଛି। ଏହା ଏସ୍‌‌-ମେଟ୍‌ ବ୍ଲାକ୍‌, ଭିଭିଡ୍‌-ଥିକ୍‌ ରେଡ୍‌, ଭିଭିଡ୍‌-ଡାର୍କ ସିଲ୍‌ଭର୍‌, ଡେନିମ୍‌-ମଷ୍ଟାର୍ଡ ଡେନିମ୍‌ ପରି ୪ ପ୍ରକାର ରଙ୍ଗରେ ଉପଲବ୍ଧ। ହାର୍ଲେ ଡାଭିଡ୍‌ସନ୍‌ର ଏକ୍ସ୪୪୦ରେ ୪୪୦ସିସି ସିଙ୍ଗଲ୍‌ ସିଲିଣ୍ଡର୍‌ ଏୟାର୍‌ କୁଲ୍‌ଡ୍‌ ଇଞ୍ଜିନ୍‌ ରହିଛି। ଏଥିରେ ଆଗ ଓ ପଛ ଡିସ୍କ ବ୍ରେକ୍‌ ରହିବା ସହିତ ଆଣ୍ଟି-ଲକିଂ ବ୍ରେକିଂ ସିଷ୍ଟମ୍‌ (ଏବିଏସ୍‌) ଓ ୬ ସ୍ପିଡ୍‌ ଟ୍ରାନ୍ସମିସନ୍‌ ଗିୟର୍‌ ମଧ୍ୟ ରହିଛି। ଏହାର ଓଜନ ୧୯୦.୫ କିଲୋଗ୍ରାମ୍‌ ଏବଂ ତେଲଟାଙ୍କି ଧାରଣ କ୍ଷମତା ୧୩.୫ ଲିଟର୍‌। ଏଥିରେ ୩.୫ ଇଞ୍ଚ୍‌ର ଟିଏଫ୍‌ଟି ଡିସ୍‌ପ୍ଲେ, ଫୋନ୍‌ ବ୍ୟାଟେରି ଷ୍ଟାଟସ୍‌, ମିସ୍‌ଡ୍‌ କଲ୍‌ ଆଲର୍ଟ, ମେସେଜ୍‌ ଆଲର୍ଟ ଇତ୍ୟାଦିର ସୁବିଧା ମଧ୍ୟ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ହାର୍ଲେ ଡାଭିଡ୍‌ସନ୍‌ ଏକ୍ସ୪୪୦ର ବଜାର ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଅଛନ୍ତି ରୟାଲ୍‌ ଏନ୍‌ଫିଲ୍‌ଡ କଣ୍ଟିନେଣ୍ଟାଲ୍‌ ଜିଟି ୬୫୦, ରୟାଲ୍‌ ଏନ୍‌ଫିଲ୍‌ଡ ହିମାଲୟାନ୍‌ ୪୫୦, ଆପାଚି ଆର୍‌ଟିଆର୍‌ ୩୧୦।

ସମ୍ବନ୍ଧିତ ଖବର