ତୁଚ୍ଛ ପାଲଟିଲା ଜୀବନ, ଆଗ ହେଲା ଭଉଣୀର ଭବିଷ୍ୟତ; ଭଉଣୀକୁ ପରୀକ୍ଷା ସେଣ୍ଟର୍‌ରେ ପହଞ୍ଚାଇବାକୁ ଏପରି କଲେ ୨ ଭାଇ

ଭୋପାଳ: ଦୃଢ଼ ଇଚ୍ଛାଶକ୍ତି ଆଗରେ ବାଧା ବୋଲି ଏକ ଶବ୍ଦ ନାହିଁ। ଯେଉଁଠି ଇଚ୍ଛା ବଳ ଅଛି ସେଠାରେ ସବୁ ବାଧାବିଘ୍ନ ଭିତ୍ତିହୀନ। ଆମେ ଆଜି କହିବୁ ମଧ୍ୟପ୍ରଦେଶର ଜଣେ ଛାତ୍ରୀଙ୍କ ବିଷୟରେ, ଯିଏକି ପରୀକ୍ଷା ଦେବ‌ା ପାଇଁ ମୁଣ୍ଡ ଉପରେ ଯାଇଥିବା ପାଣିକୁ ପାର୍‌ କରି ସେପାଖକୁ ଯାଉଛନ୍ତି। ତାଙ୍କର ଏହି କାର୍ଯ୍ୟରେ ସେ ଏକାନାହାନ୍ତି। ତାଙ୍କ ସହ ଅଛନ୍ତି ତାଙ୍କର ୨ ଭାଇ। ତାଙ୍କ ୨ ଭାଇ ବେକେ ପାଣି‌ରେ ପଶି ସେମାନଙ୍କ ଭଉଣୀକୁ ଟେକି ଟେକି ପାଣି ପାର୍‌ କରାଉଥିବାର ଏକ ଦୃଶ୍ୟ ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ଘଟଣାଟି ଶୁକ୍ରବାର ଗଜପତିନଗର ଅଞ୍ଚଳସ୍ଥିତ ମାରିବଲାସା ଗାଁଆରେ ଘଟିଯାଇଛି। ଯେଉଁଠାରେ ଜଣେ ଛାତ୍ରୀ ନିଜ ଜୀବନକୁ ପାଣି ଛଡ଼େଇ ପରୀକ୍ଷା ଦେବାକୁ ଯାଇ ଚାରିଆଡ଼େ ପ୍ରଶଂସାର ପାତ୍ରୀ ପାଲଟିଛନ୍ତି। ସେ ତାଙ୍କ ଭାଇମାନଙ୍କ ସହ ମିଶି ଚମ୍ପାବତୀ ନଦୀକୁ ପାର୍‌ କରିଯିବା ପରେ ପରୀକ୍ଷା ଦେଇପାରିଛନ୍ତି। ଭାଇଭଉଣୀଙ୍କର ଏହି ସମୟର ଦୃଶ୍ୟ ଏକ ୫୫ ସେକେଣ୍ଡ୍‌ର ଭିଡିଓରେ କଏଦ ହୋଇଛି। ଯାହାକି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ଛାତ୍ରୀଙ୍କ ପରୀକ୍ଷା ଆଜି ଥିଲା। ସେ ଆଜି ପରୀକ୍ଷା ଦେବା ପାଇଁ କାଲିଠାରୁ ତାଙ୍କର ନଦୀ ପାର୍‌ ହେବା ଯାତ୍ରା ଆରମ୍ଭ କରିଥିଲେ। ଛାତ୍ରୀ ଜଣକ ନଦୀ ପାର୍‌ ହେବା ପରେ ବିଜାଗ ପହଞ୍ଚିବା ପାଇଁ ଗାଡ଼ି ଧରିଥିଲେ। ତେବେ ନିଜ ଭଉଣୀର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଯେଉଁଭଳି ଭାବେ ବେକେ ପାଣି ପଶି ନିଜ ଭଉଣୀକୁ କାନ୍ଧରେ ବେହି ୨ ଭାଇ ନଦୀ ପାର୍‌ କରାଇଛନ୍ତି ତାହା ଏବେ ଚାରିଆଡ଼େ ପ୍ରଶଂସାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର