ଏହି ଦେଶରେ ମହିଳାମାନେ କଣ୍ଡୋମ ସହ କରୁଛନ୍ତି ଏଭଳି କାମ,ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ନୂଆଦିଲ୍ଲୀ : ସାଧାରଶତଃ ଯୁବକ-ଯୁବତୀମାନେ ଏବଂ ଦମ୍ପତିମାନେ ଶାରୀରିକ ସଂପର୍କ ରଖିବା ସମୟରେ କଣ୍ଡୋମର ବ୍ୟବହାର କରିଥାନ୍ତି । ଯୌନରୋଗ ଏବଂ ଗର୍ଭଧାରଣକୁ ଏଡ଼ାଇବା ପାଇଁ ସେମାନେ ଏହାକୁ ବ୍ୟବହାର କରିଥାନ୍ତି । କିନ୍ତୁ ଯଦି ଆପଣ କଣ୍ଡୋମକୁ କେବଳ ଶାରୀରକ ସଂପର୍କ ରଖିବା ସମୟରେ ବ୍ୟବହାର କରାଯାଏ ବୋଲି ଭାବୁଛନ୍ତି ତେବେ ଆପଣଙ୍କ ଭାବିବା ସଂପୂର୍ଣ୍ଣ ଭୁଲ। କାରଣ ଏହି ଦେଶରେ ଲୋକମାନେ କଣ୍ଡୋମକୁ କିପରି ବ୍ୟବହାର କରୁଛନ୍ତି ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ ।

News18.com

କ୍ୟୁବାରେ ମହିଳାମାନେ କଣ୍ଡୋମକୁ ଶାରୀରିକ ସଂପର୍କ ରଖିବା ସମୟରେ ବ୍ୟବହାର କରିବା ସହ ଜନ୍ମଦିନରେ ବେଲୁନ ଭାବରେ ବ୍ୟବହାର କରିଥାନ୍ତି । ଜନ୍ମଦିନମାନଙ୍କରେ ଘର ସଜାଇବା ପାଇଁ ସେମାନେ କଣ୍ଡୋମକୁ ବେଲୁନ ଆକାରରେ ବ୍ୟବହାର କରିଥାନ୍ତି । ଏହା ସହ ମୁଣ୍ଡର କେଶକୁ ବାନ୍ଧିବା ପାଇଁ ସେମାନେ ଏହାକୁ ରବର ଭଳି ବ୍ୟବହାର କରିଥାନ୍ତି, ଯାହା ଦେଖିବାକୁ ମଧ୍ୟ ଆକର୍ଷଣୀୟ ଲାଗିଥାଏ। କ୍ୟୁବାରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହଜରେ ମିଳୁ ନ ଥିବାରୁ ସେମାନେ ଏପରି କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର