ଆଇପିଏଲ : କୋଲକାତା ଆଗରେ ୧୩୨ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ମୁମ୍ବାଇ  : ଆଇପିଏଲ ୨୦୨୨ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ  ୧୩୧ ରନ କରିବା ସହ କୋଲକାତା ଆଗରେ ୧୩୨ ରନର ବିଜୟ ଲକ୍ଷ୍ୟ ରଖିଛି ।

ଏହି ମ୍ୟାଚରେ କୋଲକାତା ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ନିଜର ଦୁଇ ଓପନରଙ୍କୁ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ରବିନ ଉଥପ୍ପା ଓ ଅମ୍ବାତି ରାୟଡୁ ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ପରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ଅର୍ଦ୍ଧଶତକ ଓ ଅଧିନାୟକ ରବୀନ୍ଦ୍ର ଜାଦେଜାଙ୍କ ୨୬ ରନ ବଳରେ ଦଳ ୨୦ ଓଭରରେ ୧୩୧ ରନ କରିପାରିଥିଲା ।

ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଆଇପିଏଲକୁ ଅଧାରେ ସ୍ଥଗିତ ରଖାଯାଇଥିଲା । ପରେ ସେପ୍ଟେମ୍ବର ମାସରେ ଅବଶିଷ୍ଟ ମ୍ୟାଚ ୟୁଏଇରେ ଖେଳାଯାଇଥିଲା । ଏଥିରେ ଚେନ୍ନାଇ କୋଲକାତାକୁ ହରାଇ ଚାମ୍ପିଅନ ହୋଇଥିଲା ।

ସମ୍ବନ୍ଧିତ ଖବର