ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କଲା ଭାରତ

ଜୟପୁର: ଜୟପୁରଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ୧୬୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୯.୪ ଓଭରରେ ୫ ୱିକେଟ ହରାଇ ୧୬୬ ରନ୍‌ କରି ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୨ ରନ୍‌ କରିଥିବା ବେଳେ ରୋହିତ ଶର୍ମା ୪୮ ରନ୍‌ ଓ ରି‌ଷଭ୍‌ ପନ୍ତ ଅପରାଜିତ ୧୫ ରନ୍‌ କରି ଭାରତକୁ ବିଜୟ ଦେଇଥିଲେ ।

ପୂର୍ବରୁ ଭାରୀୟ ଦଳର ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ମାତ୍ର ୧ ରନରେ ଗୋଟିଏ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବା ବେଳେ ମାର୍ଟିନ ଗୁପ୍ତିଲ ଓ ମାର୍କ ଚାପମ୍ୟାନଙ୍କ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଦୃଢ ମୂଳଦୁଆ ପ୍ରଦାନ କରିଥିଲେ । ଗୁପ୍ତିଲ ୭୦ ଓ ଚାପମ୍ୟାନ ୬୩ ରନ କରିଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନ୍ୟୁଜିଲାଣ୍ଡର ରନଗତି ଧୀମେଇ ଯାଇଥିଲା । ଫଳରେ ଦଳ ୨୦ ଓଭରରେ ୧୬୪ ରନରେ ସୀମିତ ରହିଯାଇଥିଲା

ସମ୍ବନ୍ଧିତ ଖବର