ମଡେଲଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ କରିବାକୁ ଚାପ; ଥାନାରେ ମାମଲା

କୋଲକାତା: ପଡ଼ୋଶୀ ପଶ୍ଚିମବଙ୍ଗ ୨୪ପ୍ରଙ୍ଗଣା ଜିଲ୍ଲାରେ ଜଣେ ମଡେଲଙ୍କୁ ଦୁଷ୍କର୍ମ କରାଯିବା ପରେ ଗର୍ଭପାତ କରିବାକୁ ତାଙ୍କ ଉପରେ ଚାପ ପକାଯିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୀଡ଼ିତା ମହିଳା ଜଣକ ଏ ସମ୍ପର୍କରେ ସୋନାରପୁର ପୁଲିସ ଥାନାରେ ଅଭିଯୋଗ କରିଥିବା ଜାଣିବାକୁ ମିଳିଛି।
ପୀଡ଼ିତା ମଡେଲ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ନାଇଟ୍‌ କ୍ଲବ୍‌ ମ୍ୟାନେଜର ସୋସିଆଲ ମିଡିଆରେ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସଂପର୍କ ଦୃଢ଼ ହୋଇଥିଲା। ସେମାନଙ୍କ ପିତାମାତା ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ।

ନାଇଟ୍‌ କ୍ଲବ୍‌ ମ୍ୟାନେଜର, ତାଙ୍କୁ ଗତ ଅଗଷ୍ଟ ୩ ତାରିଖରେ ଘରକୁ ଡକାଇଥିଲେ ଏବଂ କହିଥିଲେ ଯେ ତାଙ୍କ ପିତାମାତା ତାଙ୍କୁ ଭେଟିବାକୁ ଚାହୁଁଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ତାଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ସେ ଏକୁଟିଆ ଥିଲେ। ତା’ପରେ ସେ ତାଙ୍କୁ ତିନିଥର ଦୁଷ୍କର୍ମ କରିଥିଲେ ଏବଂ ତାଙ୍କୁ ଫେରିଯିବାକୁ କହିଥିଲେ।

ଏହି ଘଟଣାର ଦୁଇ ସପ୍ତାହ ପରେ ପୀଡ଼ିତା ଜଣକ ଅସୁସ୍ଥ ହୋଇ ଡାକ୍ତରୀ ଯାଞ୍ଚ ପାଇଁ ଯାଇଥିଲେ। ଯେଉଁଠାରେ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ଏ ଘଟଣା ଜଣାପଡ଼ିବା ପରେ ତାଙ୍କ ପ୍ରେମିକ ପୁନର୍ବାର ତାଙ୍କୁ ଘରକୁ ଆସିବାକୁ କହିଥିଲେ ଏବଂ ଯେତେବେଳେ ସେ ସେଠାରେ ପହଞ୍ଚିଲେ, ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ। ଆଉ ଯାହାରକି ସେ ଆପତ୍ତି କରିଥିଲେ।

ସମ୍ବନ୍ଧିତ ଖବର