ଆମେଥିରୁ ଲଢିପାରନ୍ତି ରାହୁଲ ଗାନ୍ଧି, ଖୁବଶୀଘ୍ର ହୋଇପାରେ ଘୋଷଣା

ଆମେଥି : ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଏଠାରୁ ରାହୁଲ ଗାନ୍ଧି ଲଢିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ତାଙ୍କ ନାମ ସମ୍ପର୍କରେ ଯେ କୌଣସି ସମୟରେ ଘୋଷଣା ହୋଇପାରେ । ସେପଟେ ଆମେଥିର କଂଗ୍ରେସ କାର୍ଯ୍ୟାଳୟରେ ଏହାକୁ ନେଇ ପ୍ରସ୍ତୁତ ଆରମ୍ଭ ହୋଇଛି । କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଗାନ୍ଧିଙ୍କ ହୋର୍ଡିଂ ଓ ପୋଷ୍ଟର ଲଗାଯାଇଛି। ନାମାଙ୍କନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଖାଲି ସେତିକି ନୁହେଁ, ଦଳ ପକ୍ଷରୁ ୧୫୧ଟି ଗାଡ଼ିର ରୋଡ୍ ସୋ’ କରିବା ପାଇଁ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନିଆଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁମୋଦନ ମିଳିଛି।

ଆସନ୍ତାକାଲି (୩ ମେ) ଆମେଥି ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଅର୍ଥାତ୍ ଆଉ ଗୋଟିଏ ଦିନ ବାକି ଥିବା ବେଳେ କଂଗ୍ରେସ ଦଳ ଆମେଥି ଲୋକସଭା ଆସନରୁ ପ୍ରାର୍ଥୀ ଚୟନ କରିପାରିନାହିଁ। ଆଜି ରାତିସୁଦ୍ଧା ଏ ନେଇ କଂଗ୍ରେସର ଏକ ତାଲିକା ଆସିବାର ସମ୍ଭାବନା ରହିଛି, ଯେଉଁଥିରେ ଆମେଥି ଓ ରାଏବରେଲି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି। ଆମେଥିରୁ ଲୋକସଭା ଆସନରୁ ରାହୁଲ ଗାନ୍ଧିଙ୍କ ନାମ ଚୂଡ଼ାନ୍ତ ହୋଇଥିବା ଅନୁମାନ କରାଯାଉଛି ।

 

ସମ୍ବନ୍ଧିତ ଖବର