ଅମୀୟ ଦାସ ବିଜେଡି ରାଜ୍ୟ ସାଧାରଣ ସଂପାଦକ ନିଯୁକ୍ତ

ଭୁବନେଶ୍ବର: ବିଜେପି ଛାଡ଼ି ବିଜେଡି‌ରେ ଯୋଗଦେଲା ପରେ ଅମୀୟ ଦାସଙ୍କୁ ଦଳରେ ବଡ଼ ଦାୟିତ୍ବ ମିଳିଛି। ଶ୍ରୀ ଦାସଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ସାଧାରଣ ସଂପାଦକ ପଦବିରେ ନିଯୁକ୍ତ କରିଛନ୍ତି। ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଅମୀୟ ଦାସ ଗତକାଲି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଉତ୍ତର ବିଧାୟକ ସୁଶାନ୍ତ ରାଉତ ମେୟର ସୁଲୋଚନା ଦାଶ ଓ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ଆରଏସ୍‌ଏସ୍‌ରେ ୪୫ବର୍ଷର କାଯ୍ୟକ୍ରମରେ ସାମିଲ ହୋଇଛି।। ରାମ ମନ୍ଦିର ଆନ୍ଦୋଳନରେ ମୁ ନିଜେ ସାମିଲ ହୋଇଥିଲି। ଏବେ ସାଢ଼େ ୪ କୋଟି ଲୋକଙ୍କର ଆସ୍ଥା, ଭରସା ଓ ବିକାଶର ଗ୍ୟାରେଣ୍ଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଯ୍ୟରେ ଅନୁପ୍ରାଣିତ ହୋଇ ମୁ ବିଜେଡିରେ ଯୋଗ ଦେଉଛି। ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ବିଚାର ଓ ବିକାଶ ପ୍ରତୀକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକାମ୍ର ପ୍ରକଳ୍ପ କିଭଳି ଶେଷ ହେବ ଆମର ଲକ୍ଷ। ଏକାମ୍ର ଅନେକ କାମ ଶେଷ ସରିଛି। ଯାହା ବି ସମସ୍ୟା ଅଛି। ତାକୁ ଆଗକୁ ନେବା ପାଇଁ ମୁଁ ସାମିଲ ହୋଇଛି। ଲିଙ୍ଗରାଜ ଆଇନକୁ ନେଇ ମୁ କହିଥିଲି ପାର୍ଟି ସାଙ୍ଗରେ ନୁହେଁ ମାଟି ସାଙ୍ଗରେ ଅଛି।

ସମ୍ବନ୍ଧିତ ଖବର