ଭାରତ-ଶ୍ରୀଲଙ୍କା ୩ୟ ଟେଷ୍ଟ: ବିଜୟ-ବିରାଟଙ୍କ ଶତକ, ଭାରତ ୪/୩୭୧

ନୂଆଦିଲ୍ଲୀ: ଓପନର ମୁରଲି ବିଜୟ(୧୫୫) ଓ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(ଅପରାଜିତ ୧୫୬)ଙ୍କ ପ୍ରଦର୍ଶନ ବଳରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟରେ ୩୭୧ରନ୍‌ ସଂଗ୍ରହ କରିଛି। ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଶ୍ରୀଲଙ୍କା ବିରୋଧରେ ୩ୟ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଶନିବାର ଓପନର ଶିଖର ଧାଓ୍ଵନ(୨୩) ପାଭଲିୟନ ଫେରିବା ପରେ ଚେତେଶ୍ୱର ପୂଜାରା(୨୩) ପଡ଼ିଆକୁ ପ୍ରବେଶ କରିଥିଲେ। ପୂଜାରା ୩୯ଟି ବଲ ଖେଳି ଲାହିରୁ ଥିରମାନୀଙ୍କ ବଲ ସଦୀରା ସମରଓ୍ଵିକରମାଙ୍କୁ କ୍ୟାଚ ଦେଇଥିବା ବେଳେ ଦିଲରୁଓ୍ଵାନ ପେରାରାଙ୍କ ବଲ ସୁରଙ୍ଗା ଲାକମଲଙ୍କୁ କ୍ୟାଚ ଦେଇଥିଲେ ଧାଓ୍ଵନ। ରୋହିତ ଶର୍ମା ୬ରନ୍‌ ସଂଗ୍ରହ କରି ଅପରାଜିତ ଅଛନ୍ତି।

କୋହଲିଙ୍କ କୀର୍ତ୍ତିମାନ: ଦ୍ରୁତତମ ୧୬,୦୦୦ ଅନ୍ତର୍ଜାତୀୟ ରନ୍‌ ପରେ ୨୦ତମ ଟେଷ୍ଟ ଶତକ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଶନିବାର ଇତିହାସ ରଚିଛନ୍ତି। ୧୬,୦୦୦ ଅନ୍ତର୍ଜାତୀୟ ରନ୍‌ ସଂଗ୍ରହ ପରେ ୨୦ ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟରର ୬୩ ତମ ମ୍ୟାଚରେ ୧୦୫ ଇନିଂସ ଖେଳୁଥିବା କୋହଲି ୫୦୦୦ ରନ୍‌ ମଧ୍ୟ ପୂରା କରିଛନ୍ତି।

୨୯ ବର୍ଷିଅ କୋହଲି ଶ୍ରୀଲଙ୍କା ବିରୋଧରେ ୩ୟ ତଥା ଚୂଡ଼ାନ୍ତ ଟେଷ୍ଟର ପ୍ରଥମ ଦିନରେ ୧୧୦ଟି ବଲ ଖେଳି ଶତକ ହାସଲ କରିଛନ୍ତି। କୋହଲି ୩୯ ରନ୍‌ ସଂଗ୍ରହ କରିବା ସହିତ ୧୬,୦୦୦ ଅନ୍ତର୍ଜାତୀୟ ରନ୍‌ ପୂରା କରିଛନ୍ତି। କୋହଲି ସବୁଠାରୁ କମ ଇନିଂସରେ ଏହି ରନ୍‌ ପୂରା କରିଛନ୍ତି। ଏଥି ସହିତ ସେ ଦକ୍ଷିଣ ଆଫ୍ରିକାର ଧୂରନ୍ଧର ବ୍ୟାଟ୍ସମ୍ୟାନ ହାସିମ ଆମଲାକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଆମଲା ୩୬୩ ଇନିଂସରେ ୧୬,୦୦୦ ରନ୍‌ ପୂରା କରିଥିବା ବେଳେ କୋହଲି ୩୫୦ ଇନିଂସରେ ଏହି ଉପଲବ୍ଧି ହାସଲ କରିଛନ୍ତି। ବ୍ରାଏନ ଲାରା ୩୭୪ ଇନିଂସ ଓ ସଚିନ ତେନ୍ଦୁଲକର ୩୭୬ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ।
ଅଧିକ ରିପୋର୍ଟ ଖେଳ ସେକ୍ସନରେ ପଢ଼ି ପାରିବେ…

ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ୪୧ ରନ୍‌ରେ ଶିଖର ଧାଓ୍ଵନଙ୍କୁ ହରାଇଥିବା ବେଳେ ୭୮ ରନ୍‌ରେ ଚେତେଶ୍ୱର ପୂଜାରାଙ୍କୁ ହରାଇଥିଲା। ଭାରତର ୩ୟ ଓ୍ଵିକେଟ ୩୬୧ ରନ୍‌ରେ ଓ ୪ର୍ଥ ଓ୍ଵିକେଟ ୩୬୫ ରନ୍‌ରେ ପଡ଼ିଥିଲା। ମୁରଲି ବିଜୟ ୨୬୭ଟି ବଲ ଖେଳି ଲକସାନ ସନ୍ଦକାନଙ୍କ ବଲ ଓ୍ଵିକେଟ କିପର ନିରୋସାନ ଡିକଓ୍ଵାଲାଙ୍କୁ କ୍ୟାଚ ଦେଇଥିଲେ। ଆଜିଙ୍କ୍ୟ ରାହାଣେ ୧ରନ୍‌ ସଂଗ୍ରହ କରି ପାଭଲିୟନ ଫେରିଛନ୍ତି। ସେ ସନ୍ଦକାନଙ୍କ ବଲ ଓ୍ଵିକେଟ କିପର ନିରୋସାନ ଡିକଓ୍ଵାଲାଙ୍କୁ କ୍ୟାଚ ଦେଇଥିଲେ।

ସମ୍ବନ୍ଧିତ ଖବର