ଆଇପିଏଲ୍‌ ୧୧: ବର୍ଷା ବାଧିତ ମ୍ୟାଚ୍‌ରେ ରାଜସ୍ଥାନ ବିପକ୍ଷରେ ଦିଲ୍ଲୀ ୪ ରନ୍‌ରେ ବିଜୟୀ

ନୂଆଦିଲ୍ଲୀ: ବର୍ଷା ବାଧିତ ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲସ୍‌ ବୁଧବାର ରାଜସ୍ଥାନ ରୟାଲସ୍‌କୁ ୪ ରନ୍‌ରେ ପରାସ୍ତ କରିଛି। ରାଜସ୍ଥାନକୁ ୧୨ ଓଭରରେ ୧୫୧ ରନ୍‌ ଟାର୍ଗେଟ ମିଳିଥିଲା। ରାଜସ୍ଥାନ ୧୨ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୪୬ ରନ୍‌ ସଂଗ୍ରହ କରିଥିଲା। ଡି ଆର୍ସି ସ୍କର୍ଟ ୪୪ ରନ୍‌ ଓ ଜୋସ ବଟଲର ୬୭ ରନ୍‌ ସଂଗ୍ରହ କରିଥିଲେ।

ପ୍ରଥମ ଇନିଂସରେ ଦିଲ୍ଲୀ ଡେୟାରଡେଭିଲସ୍‌ ୧୭.୧ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୯୬ ରନ ସଂଗ୍ରହ କରିଥିଲା। ପୃଥ୍ଵୀ ସ ୪୭ ରନ୍‌, ଶ୍ରେୟସ ଆୟାର ୫୦ ରନ୍‌, ଋଷଭ ପନ୍ଥ ୬୯ ରନ୍‌ ସଂଗ୍ରହ କରିଥିଲେ। ଦିଲ୍ଲୀ ଆରମ୍ଭରୁ ବିପର୍ଯ୍ୟୟର ଶିକାର ହୋଇଥିଲେ ବି ୨ୟ ଓ୍ଵିକେଟ୍‌ରେ ଦଳୀୟ ସ୍କୋର ୭୪ ରନ୍‌ରେ ପୃଥ୍ଵୀଙ୍କୁ ହରାଇଥିଲା। ୩ୟ ଓ୍ଵିକେଟ୍‌ ଭାବରେ ୧୬୬ ରନରେ ଶ୍ରେୟସ ଆୟାର ଆଉଟ୍‌ ହୋଇଥିଲେ। ୧୭୨ ରନ୍‌ରେ ଋଷଭ ପନ୍ଥ, ୧୯୧ ରନ୍‌ରେ ବିଜୟ ଶଙ୍କର ଓ ୧୯୬ ରନ୍‌ରେ ଗ୍ଲେନ ମେକ୍ସେଓ୍ଵଲ ପାଭଲିଅନ ଫେରିଥିଲେ।

ସମ୍ବନ୍ଧିତ ଖବର