ରାଜସ୍ଥାନ-ଆନ୍ଧ୍ରପ୍ରଦେଶରେ କାଳବୈଶାଖୀ: ୩୧ ମୃତ, ୫୨ ଆହତ

ନୂଆଦିଲ୍ଲୀ/ଜୟପୁର, ହାଇଦ୍ରାବାଦ: ଦିଲ୍ଲୀ-ଏନ୍‌ସିଆର ସମେତ ପୂର୍ବାଞ୍ଚଳ ଓ ଦକ୍ଷିଣ ଭାରତରେ ବୁଧବାର ସନ୍ଧ୍ୟାରେ ଭୀଷଣ କାଳବୈଶାଖୀ ଅନୁଭୂତ ହୋଇଛି। ଫଳରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୨ ଜଣ ଗୁରୁତର ଆହତ ହୋଇଛନ୍ତି।

ରାଜସ୍ଥାନ, ପଶ୍ଚମବଙ୍ଗ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶରେ କାଳବୈଶାଖୀ ହେଇଛି। ଏହାରି ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିଭଳି ଅନେକ ରାଜ୍ୟରେ ଧନ-ସମ୍ପତ୍ତି କ୍ଷୟକ୍ଷତି ହୋଇଛି। ରାଜସ୍ଥାନରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ମୁସଲଧାରା ବର୍ଷା ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ୫ଜଣଙ୍କର ପତ୍ତା ମିଳୁ ନାହିଁ। ପଶ୍ଚିମବଙ୍ଗରେ ବଜ୍ରପାତ ଓ କାନ୍ଥ ଢଳି ପଡ଼ିବାରୁ ୪ଜଣଙ୍କର ମୃତ୍ୟୁ ଘଟିଛି। ୨ଜଣ ଲୋକ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର