ଆଫଗାନିସ୍ତାନ ବିଜୟରେ ଜାଡ଼େଜା, ମେୱାଡ଼ାଙ୍କ ହାତ

ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍‌ରେ ଦୁଇ ଦୁଇଟି ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ। ନୂଆଦିଲ୍ଲୀରେ ବିଜେତା ଇଂଲଣ୍ଡକୁ ହରାଇଥିବା ଏହି ଦଳ ସୋମବାର ଚେନ୍ନାଇରେ ୧୯୯୨ ବିଜେତା ପାକିସ୍ତାନକୁ ମାତ୍‌ ଦେଇଥିଲା। ପୂର୍ବରୁ ୨୦୧୫ ଓ ୨୦୧୯ରେ ୧୫ ବିଶ୍ବକପ୍‌ ମ୍ୟାଚ୍‌ ଖେଳି କେବଳ ଗୋଟିଏ ବିଜୟ ସ୍କଟଲାଣ୍ଡ ବିରୋଧରେ ବିଜୟ ପାଇଥିଲା। ଏହି ବିଜୟ ୨୦୧୫ରେ ପଦାର୍ପଣ ବିଶ୍ବକପ୍‌ରେ ହାସଲ କରିଥିଲା। ଏହାପ‌ରଠୁ ବିଶ୍ବକପ୍‌ ବିଜୟର ସ୍ବାଦ ପାଇ ନଥିଲା। ଚଳିତ ବର୍ଷର ଏହି ଅପୂର୍ବ ସଫଳତା ପଛରେ ଦୁଇ ଜଣ ଭାରତୀୟଙ୍କ ହାତ ରହିଛି। ସେମାନେ ହେ‌ଲେ ପରାମର୍ଶଦାତା ପୂର୍ବତନ ଭାରତୀୟ ଅଧିନାୟକ ଅଜୟ ଜାଡ଼େଜା ଓ ବୋଲିଂ ପ୍ରଶିକ୍ଷକ ମିଳାପ ମେୱାଡ଼ା। ଜାଡ଼େଜା ଭାରତ ପାଇଁ ୧୯୬ ଦିନିକିଆ ଖେଳି ୬ ଶତକ ଓ ୩୦ ଅର୍ଦ୍ଧଶତକ ସହ ୨୭.୪୭ ହାରରେ ୫୩୫୯ ରନ୍‌ କରିଛନ୍ତି। ତାଙ୍କ ନେତୃତ୍ବ‌ରେ ଭାରତ ୧୩ ଦିନିକିଆ ଖେଳି ୮ ବିଜୟ ଓ ୫ ପରାଜୟ ପାଇଛି। ସେ ଭାରତ ପକ୍ଷରୁ ୩ ବିଶ୍ବକପ୍‌ ୧୯୯୨, ୧୯୯୬, ୧୯୯୯ ସଂସ୍କରଣରେ ଖେଳିଛନ୍ତି। ୨୦୨୩ ବିଶ୍ବକପ୍‌ ପାଇଁ ତାଙ୍କୁ ଆଫଗାନିସ୍ତାନ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା। ବରିଷ୍ଠ ବର୍ଗରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖି ନଥିବା ମିଳାପ ୧୯୯୩/୯୪ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ସଦସ୍ୟ ରହିଥିଲେ। ସେ ବରୋଦା ପକ୍ଷରୁ ଘରୋଇ ପ୍ରତିଯୋଗିତା ମଧ୍ୟ ଖେଳିଛନ୍ତି।

ସମ୍ବନ୍ଧିତ ଖବର