ଆଗୁଆ ଜାମିନ ଆବେଦନ କଲେ ଏଚଡି ରେବାନ୍ନା

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ବିଧାୟକ ପୁଅ ଏଚ୍ ଡି ରେବାନ୍ନା ଏବଂ ସାଂସଦ ନାତି ପ୍ରଜ୍ୱଲ ରେବାନ୍ନା ସେକ୍ସ ଟେପ୍ ମାମଲାରେ ଏସ୍ଆଇଟି ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଏସଆଇଟି ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି। ତେବେ ସେ କହିଛନ୍ତି ଯେ ସେ ଏସଆଇଟି ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ।

ଏଚ୍ ଡି ରେବାନ୍ନା ଙ୍କ ଘରୋଇ ସହାୟିକା ବାପ-ପୁଅଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛନ୍ତି। ନିକଟରେ ଦୁହିଁଙ୍କ କିଛି ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ପରେ ରାଜ୍ୟର ସିଦ୍ଧରମୈୟା ସରକାର ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)କୁ ନିର୍ଦ୍ଦେଶ ଦେଇଥିଲେ। ସେକ୍ସ ଟେପ୍ ସାମ୍ନାକୁ ଆସିବା ପରେ ପ୍ରଜ୍ୱଲ ରେବାନ୍ନା ଜର୍ମାନୀ ପଳାଇଯାଇଥିଲେ। ଏସଆଇଟି ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି।

ସୂଚନା ଅନୁଯାୟୀ, ଏଚ୍ ଡି ରେବାନ୍ନା ଗୁରୁବାର ଘରେ ଏକ ହୋମ ରଖିଥିଲେ। ପୂଜା ପରେ ସେ ଆଗୁଆ ଜାମିନ ଆବେଦନ କରିଥିଲେ ଏବଂ ତାଙ୍କ ପୁଅକୁ ଦିଆଯାଇଥିବା ଲୁକ୍ ଆଉଟ୍ ନୋଟିସ୍ ଉପରେ ସେ କହିଛନ୍ତି, ମୁଁ ଜାଣିବାକୁ ପାଇଛି ଯେ ନୋଟିସ୍ ଜାରି କରାଯାଇଛି। ମୁଁ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ । ଏସଆଇଟି ତଦନ୍ତର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ ଅଛି।

ସମ୍ବନ୍ଧିତ ଖବର