ଆଉଟ ହେଲେ ବି ଏହି ରେକର୍ଡ କରିଦେଲେ କୋହଲି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୪ର ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବୁଧବାର ସନ୍ଧ୍ୟାରେ ରାଜସ୍ଥାନ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଜିର ଏହି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଉଭୟ ରାଜସ୍ଥାନ ଓ ବେଙ୍ଗାଲୁରୁ ବିଜୟୀ ହେବା ପାଇଁ ଉଦ୍ୟମ କରୁଛନ୍ତି । ଏହି ମ୍ୟାଚର ବିଜେତା ମେ’ ୨୪ ତାରିଖରେ କ୍ବାଲିଫାୟର-୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଚେନ୍ନାଇରେ ମୁକାବିଲା କରିବ। ସେହିପରି ୨୪ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତା ଫାଇନାଲରେ କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ।

ତେବେ ତାଜା ସୂଚନା ମୁତାବକ ଏବେ ବିରାଟ କୋହଲି ଆଉଟ ହୋଇଯାଇଛନ୍ତି | ଚହଲଙ୍କ ବୋଲିଂରେ ଛକା ମାରିବାକୁ ଯାଇ ଫେରେଇରାଙ୍କ କ୍ୟାଚ ଯୋଗୁଁ ଆଉଟ ହୋଇଯାଇଥିଲେ | ତେବେ ଆଉଟ ହୋଇଯାଇଥିଲେ ବି ଏହି ମ୍ୟାଚରେ ବିରାଟ କୋହଲି ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ଭାବେ ୮୦୦୦ ରନ୍ ପୂରଣ କରିଛନ୍ତି। ସେ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ର ଇନିଂସରେ ୩୦ ରନ୍ ସ୍କୋର କରି ଏହି ଐତିହାସିକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। କୋହଲି ତାଙ୍କର ୨୫୨ ତମ ଆଇପିଏଲ୍ ମ୍ୟାଚ୍ ରେ ୮ ହଜାର ରନ୍ ସଂଗ୍ରହ କରିଛନ୍ତି। ୮ ହଜାର ରନ୍ ମଧ୍ୟରେ କୋହଲିଙ୍କର ଆଠଟି ଶତକ ଏବଂ ୫୫ଟି ଅର୍ଦ୍ଧଶତକ ରହିଛି |

ସମ୍ବନ୍ଧିତ ଖବର