ପବିତ୍ରାଙ୍କ ସହ ବ୍ରେକଅପ ହେବା ପରେ ମୁଁ ଜୀବନ ହାରିଦେଇଥାନ୍ତି, ହେଲେ…

ମୁମ୍ବାଇ: ରିଆଲିଟି ସୋ’ ‘ବିଗ୍‌ ବସ୍‌-୧୪’ରୁ ପ୍ରେମ ସଂପର୍କରେ ଥିବା ଲଭ୍‌ବାର୍ଡସ ପବିତ୍ରା ପୁନିଆ ଓ ଏଜାଜ୍‌ ଖାନ୍‌ କିଛି ମ‌ାସ ତଳେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଦୁହେଁ ଗତ ୩ ବର୍ଷ ହେବ ଲିଭ୍‌-ଇନ୍‌ ସଂପର୍କରେ ଥିବା ବେଳେ ଗତବର୍ଷ ଏକ ସାକ୍ଷାତ୍‌କାରରେ ପବିତ୍ରା ସ୍ପଷ୍ଟ କରିିଥିଲେ ଯେ, ଗତ ପାଞ୍ଚ ମାସ ହେବ ସେମାନଙ୍କ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିସାରିଛି। ତେବେ ପ୍ରେମିକାଙ୍କଠାରୁ ଅଲଗା ହେବା ପରେ ଏବେ ଏଜାଜ ନିଜ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, ‘ଜୀବନରେ ଏତେ କଷ୍ଟ ପାଉଥିବା ସମୟରେ ପ୍ରଭୁ ମୋତେ କାମ ଦେଲେ। ବ୍ୟସ୍ତ ରହିବାର ବାଟ ଦେଖାଇଲେ। ଯଦି ମୁଁ ଘରେ ବସିଥାନ୍ତି ତାହେଲେ ମୁଁ ଭାବୁ ନାହିଁ ଯେ ମୁଁ ଏବେ ବଞ୍ଚିଥାନ୍ତି। ମୁଁ ବହୁତ ଖୁସି ବା ଏବେ ଏକା ଅଛି ଭଳି କୌଣସି ବିବୃତି ଦେବାକୁ ଚାହୁଁ ନାହିଁ। ଏହା ମୋ ଜୀବନର ସର୍ବୋତ୍ତମ ସମୟ। ମୁଁ କେବଳ କହିବାକୁ ଚାହେଁ ଯେ ମୁଁ ପୂର୍ବ ଅପେକ୍ଷା ନିଜକୁ ଅଧିକ ବୁଝିବା ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ‘ବିଗ୍‌ ବସ୍‌’ ଗୃହରେ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରଥମରୁ ଆଦୌ ପଡୁ ନ ଥିଲା। ପବିତ୍ରା ଓ ଏଜାଜ୍‌ଙ୍କୁ ଅଧିକାଂଶ ସମୟରେ ଝଗଡ଼ା କରୁଥିବାର ଦେଖିବାକୁ ମିଳୁଥିଲା। ହେଲେ ସୋ’ ଶେଷ ହେବା ବେଳକୁ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏପରିକି ବାହାରକୁ ବାହାରିବା ପରେ ସେମାନେ ନିଜର ଅନେକ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରୁଥିଲେ। କେବଳ ସେତିକି ନୁହେଁ, ଦୁହେଁ ଦୁହିଁଙ୍କୁ ଭଲପାଆନ୍ତି ବୋଲି ସର୍ବସମ୍ମୁଖରେ ସ୍ବୀକାର କରିବା ସହ ମୁମ୍ବାଇର ମଲାଡ୍‌ସ୍ଥିତ ଏକ ଆପାର୍ଟମେଣ୍ଟ୍‌ରେ ଏକସଙ୍ଗେ ରହୁଥିଲେ। ମାତ୍ର ସେମାନଙ୍କ ସଂପର୍କର ଆୟୁଷ ଲମ୍ବା ନ ଥିଲା।

ସମ୍ବନ୍ଧିତ ଖବର