ଅଲଟିମେଟ୍ ଖୋ ଖୋ : ଓଡ଼ିଶା ଜଗରନଟ୍ସ ଚାମ୍ପିଅନ

ପୁଣେ : ପୁଣେଠାରେ ଖେଳାଯାଇଥିବା ଅଲଟିମେଟ୍ ଖୋଖୋରେ ଓଡ଼ିଶା ଜଗରନଟ୍ସ ଚାମ୍ପିଅନ ହୋଇଛି । ଓଡ଼ିଶା ଦଳ ତେଲଗୁ ଯୋଦ୍ଧାକୁ ହରାଇ ଚାମ୍ପିଅନ ହୋଇଛି । ତେଲଗୁ ଯୋଦ୍ଧା ଦଳକୁ ଓଡ଼ିଶା ୪୬-୪୫ରେ ପରାସ୍ତ କରିଛି ।

ଏହା ପୂର୍ବରୁ କ୍ବାଲିଫାୟର-୧ରେ ଓଡ଼ିଶା ଜଗରନଟ୍ସ ଗୁଜୁରାଟ ଜାୟାଣ୍ଟସକୁ ୫୭-୪୩ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଏଲିମିନେଟରରେ ତେଲଗୁ ଯୋଦ୍ଧା ୬୧-୪୩ରେ ଚେନ୍ନାଇ କ୍ବିକ ଗନ୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ।

ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ଘରୋଇ ଖୋ ଖୋ ଲିଗରେ ୬ଟି ଦଲ ଅଂଶଗ୍ରହଣ କରିଥିଲେ । ଏହି ସିଜିନରେ ମୋଟ ୩୩ଟି ମ୍ୟାଚ ଖେଳାଯାଇଥିଲା ।

ସମ୍ବନ୍ଧିତ ଖବର