ବାହାହେଲେ ସିଲିକ୍‌

ବୋସନିଆ: କ୍ରୋଏସିଆ ଟେନିସ୍‌ ତାରକା ମାରିନ୍‌ ସିଲିକ୍‌ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସିଲିକ୍‌ ଗତ ଶନିବାର ଏକ ଘରୋଇ ଉତ୍ସବରେ ନିଜର ବହୁଦିନର ପ୍ରେମିକା କ୍ରିଷ୍ଟିନା ମିଲ୍‌କିଙ୍କର ହାତ ଧରିଛନ୍ତି। ୨୦୦୮ରେ ଡୁବ୍ରୋଭନିକ୍‌ଠାରେ ଆୟୋଜିତ ଡେଭିସ୍‌ କପ୍‌ ଅବସରରେ ଉଭୟ ପ୍ରଥମ ଥର ଲାଗି ଦେଖା ହୋଇଥିଲେ। କ୍ରିଷ୍ଟିନା ଘୋଷକ ଭାବେ କାର୍ଯ୍ୟ କରୁଥିଲା ବେଳେ ସିଲିକ୍‌ ମ୍ୟାଚ୍‌ ଖେଳିବାକୁ ଆସିଥିଲେ। ଏହି ଦେଖା ସାକ୍ଷାତରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ଏହି ଗ୍ରୀଷ୍ମରେ ହନିମୁନ୍‌ ଯିବାର ଯୋଜନା ରହିଛି ବୋଲି ସିଲିକ୍‌ ପ୍ରକାଶ କରିଛନ୍ତି। ବିବାହ ଉତ୍ସବକୁ ସିଲିକ୍‌ଙ୍କ ପୂର୍ବତନ ପ୍ରଶିକ୍ଷକ ଗୋରାନ୍‌ ଇଭାନିସେଭିକ୍‌ଙ୍କ ସମେତ ୪୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ସମ୍ବନ୍ଧିତ ଖବର