ଟି-୨୦ ବିଶ୍ବକପରୁ କେଏଲ ରାହୁଲ ବାଦ୍ ପଡ଼ିବାରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦେଲା ଏଭଳି ପ୍ରତିକ୍ରିୟା

ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ସେହିପରି ଆହତ ଯୋଗୁଁ ଦଳରୁ ଦୂରେଇ ରହିଥିବା ଋଷଭ ପନ୍ତ ଦଳକୁ ଫେରିଛନ୍ତି ।

ହେଲେ ଏଥର କ୍ରିକେଟର କେଏଲ ରାହୁଲଙ୍କୁ ସୁଯୋଗ ଦିଆଯାଇନାହିଁ। ତାଙ୍କର ପ୍ରଦର୍ଶନ ଭଲ ନଥିବ‌ାରୁ ସେ ଟିମରୁ ବାଦ ପଡ଼ିଛନ୍ତି। ଏନେଇ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏକ୍ସରେ ରାହୁଲଙ୍କ ଫଟୋ ପୋଷ୍ଟ କରିଥିବା ଦେଖାଯାଇଛି। ଫଟୋ ପୋଷ୍ଟ କରିବା ସହ କ୍ୟାପସନରେ ଲେଖାଯାଇଛି ଯେ, “ଦିନ ଜିରୋଠାରୁ ଆମର ନଂ ୧।” ରାହୁଲ ଏବେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଧିନାୟକ ଭାବେ ଆଇପିଏଲ ଖେଳୁଥିବା ବେଳେ ତାଙ୍କୁ ଟି-୨୦ ବିଶ୍ୱକପ ଟିମରେ ସ୍ଥାନ ନମିଳିବାରୁ ତାଙ୍କୁ ସମର୍ଥନ କରି ଏଭଳି ପୋଷ୍ଟ କରିଥିବା ଦେଖାଯାଇଛି।

‌ତେବେ ରାହୁଲ ବାଦ୍ ପଡ଼ିଥିବା ବେଳେ ଦଳରେ ସଂଜୁସାମସନଙ୍କୁ ସ୍ଥାନ ମିଳିଥିବା ସହ ବୋଲିଂ ଦାୟିତ୍ବ ନେବେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ ଓ କୂଳଦୀପ ଯାଦବ ।

ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା ( ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ। ରିଜର୍ଭ ଖେଳାଳି : ଶୁଭମନ ଗିଲ୍, ଅଭେଶ ଖାଁ, ରିଙ୍କୁ ସିଂ ଓ ଖଲିଲ ଅହମ୍ମଦ।

ସମ୍ବନ୍ଧିତ ଖବର