କଠିନ ପରିଶ୍ରମ କରିବା ପରେ ଡାକ୍ତର ହୋଇ ଦେଶର ସେବା କରିବାର ସୁଯୋଗ ମିଳିଛି

ନୂଆଦିଲ୍ଲୀ: ଛତିଶଗଡର ଦୁର୍ଗ ଜିଲ୍ଲାର ଜୋୟା ମିର୍ଜା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଜୋୟା ମିର୍ଜା ଜଣେ କମିଶନ ଲେଫ୍ଟନାଣ୍ଟ ଡାକ୍ତର ଭାବରେ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ସଶସ୍ତ୍ର ବାହିନୀ ମେଡିକାଲ କଲେଜରୁ ଏମବିବିଏସ ପାଠପଢ଼ି ସାରିବା ସେ ଏହି ନୂତନ ଇତିହାସ ସୃଷ୍ଟି କରିବାର ସୁଯୋଗ ପାଇଛନ୍ତି ।

ସୂଚନାଯୋଗ୍ୟ, ଜୋୟା ମିର୍ଜା ୨୦୨୩-୨୪ ବର୍ଷରେ ଏଏଫଏମସିରୁ ମେଡିକାଲରୁ ଏହି ଡିଗ୍ରି ସମାପ୍ତ କରିଛନ୍ତି । ଏହି ସଫଳତା ପାଇବା ପାଇଁ  ଅନେକ କଷ୍ଟ ଓ ସଂଘର୍ଷ କରିବାକୁ ପଡ଼ିଥିଲା ବୋଲି ଜୋୟା କହିଛନ୍ତି।

ସଫଳାତା ପାଇବା ପରେ ଜୋୟା କହିଛନ୍ତି, ରାତିଦିନ କଠିନ ପରିଶ୍ରମ କରିବା ପରେ ଯାଇ  ଡାକ୍ତର ହୋଇ ଦେଶର ସେବା କରିବା ସୁଯୋଗ ମୋତେ ମିଳିଛି। ଗତ ସେମାବାର ମୁଁ ଡିୟୁଟିରେ ଯୋଗ ଦେଇଛି।

ପାଠପଢ଼ା କଥା କହିଲେ ମୁଁ କହିବି ପିଲାଦିନରୁ ମୋର ଅଧ୍ୟୟନରେ ଖୁବ ରୁଚି ଥିଲା। ମୋ ବୟସର ପିଲାମାନେ ବାହାରେ ଖେଳୁଥିବା ବେଳେ ମୋତେ ଘରେ ରହି ମୋର ବହି ପଢ଼ିବାକୁ ଭଲ ଲାଗୁଥିଲା।

ବାପା ଓ ମା’ଙ୍କ ଅପେକ୍ଷା ‌ମୋ ଜେଜେମାଆ ସର୍ବଦା ଚାହୁଁଥିଲେ ମୁଁ ଜଣେ ଡାକ୍ତର ହୁଏ, ଅସହାୟ ଲୋକଙ୍କ ସେବା ଓ ସାହାଯ୍ୟ କ‌ରେ। ତେଣୁ ମୁଁ ଯେତେବେଳେ ବି ପାଠପଢ଼େ ସେ ମୋ ସହିତ ରହିଥାଆନ୍ତି। ଦୁଃଖର ବିଷୟ ଜେଜେମା’ଙ୍କ ସ୍ବପ୍ନ ପୁରା ହେଲାବେଳକୁ ସେ ଆମ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ସେଥିପାଇଁ ଏହି ଖୁସି ମୁହୂର୍ତ୍ତରେ ମନ ଜେଜେମା’ଙ୍କୁ ଝୁରି  ଦୁଃଖୀ ହୋଇଯାଉଛି।’

ସମ୍ବନ୍ଧିତ ଖବର