ଟି୨୦ ବିଶ୍ବକପ୍ : ଶ୍ରୀଲଙ୍କା ୭୭ ରନରେ ଅଲଆଉଟ୍, ଦକ୍ଷିଣ ଆଫ୍ରିକା ଆଗରେ ୭୮ ରନର ଲକ୍ଷ୍ୟ

ନ୍ୟୁୟର୍କ: ନ୍ୟୁୟର୍କଠାରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ବକପର ଏକ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କା ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୭୭ ରନରେ ଅଲଆଉଟ୍ ହୋଇଯାଇଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୭୮ ରନର ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଏକ କଠିନ ପିଚରେ ଏହି ନିଷ୍ପତ୍ତି ବେଶ ଭୁଲ ପ୍ରମାଣିତ ହୋଇଥିଲା । ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ଦଳ ଏହି ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂର ସାମନା କରିପାରିନଥିଲେ । କେବଳ କୁଶଲ ମେଣ୍ଡିସ ୧୯ ରନ ଓ ଆଞ୍ଜେଲୋ ମାଥ୍ୟୁ ୧୬ ରନ ଓ କାମିଣ୍ଡୁ ମେଣ୍ଡିସ ୧୧ରନ କରିଥିଲେ । ଅନ୍ଯ ବ୍ୟାଟ୍ସମ୍ୟାନମାନେ ଗୁରୁତରଭାବେ ବିଫଳ ହୋଇଥିଲେ ଓ ଦୁଇ ଅଂକ ଛୁଇଁପାରିନଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନରିଚ ନୋର୍ଜି ୪ଟି ଓ୍ବିକେଟ ନେଇଥିବାବେଳେ କେଶବ ମହାରାଜ ଓ କାସିଗୋ ରବାଡା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର