ବ୍ୟାଟ୍‌ କାହାର ବୋଲି ଶୁବମନଙ୍କୁ ପଚାରିଲେ ଯୁବି

ନୂଆଦିଲ୍ଲୀ: ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ତଥା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବ୍ୟାଟ୍ସମ୍ୟାନ୍‌ ଶୁବମନ ଗିଲଙ୍କ ସହ ଭଲ ସଂପର୍କ। ‌ଶୁବମନ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଅର୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ ଦେଇଥିଲେ। ଆବୁଧାବିରେ ଏହି ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କ ଚମତ୍କାର ବ୍ୟାଟିଂ ଦେଖି ଯୁବି ସାମାଜିକ ଗଣମାଧ୍ୟମରେ ତାଙ୍କୁ ପ୍ରଶଂସା କରିବା ସହ ‘ବଢ଼ିଆ ବ୍ୟାଟ୍‌ ଗିଲ୍‌। ଏହି ବ୍ୟାଟ୍‌ କାହାର?’ ବୋଲି ପ୍ରଶ୍ନ କରିଥିଲେ। ଗିଲ୍‌ ସଂଗେ ସଂଗେ ଏହାର ମଜାଳିଆ ଉତ୍ତର ଦେଇଥିଲେ। ‘ତୁମେ ମୋତେ କୁହ ପାଜି’। ଯାହା ଜଣାପଡ଼ୁଛି ଏହା ଯୁବରାଜଙ୍କ ବ୍ୟାଟ୍‌ ଥିଲା। ଗିଲ୍‌ ଶନିବାର ଏହାକୁ ବ୍ୟବହାର କରି ଭୁବନେଶ୍ବର କୁମାରଙ୍କ ବୋଲିଂ ବାହିନୀ ଉପରେ ଭାରି ପଡ଼ିଥିଲେ। ଏହି ମ୍ୟାଚ୍‌ରେ ଗିଲ ୫୨ ବଲ୍‌ରୁ ୭୦ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର