ଗଛ ଓ ମଇଁଷି ପାଇଁ ଦୁଇ ଦୁର୍ଘଟଣା: ୨ ମୃତ, ଜଣେ ଆହତ

ଫୁଲବାଣୀ: କନ୍ଧମାଳରେ ବୁଧବାର ଦୁଇଟି ପୃଥକ ଦୁର୍ଘଟଣା ଘଟିଛି, ଏଥିରେ ୨ ଜଣ ବାଇକ ଅରୋହିଙ୍କ ମୃତ୍ୟୁ ହୋଇଛି । ଫିରଙ୍ଗିଆ ଥାନା ନେଡିପଦର ଛକରେ ଗଛରେ ବାଇକ ପିଟି ହେବାରୁ ରତଙ୍ଗ ନିକଟ ରତନପଦରକୁ ଯାଉଥିବା ଦିଲ୍ଲୀପ କୁମାର ମଲ୍ଲିକଙ୍କ ମୃତ୍ୟୁ ହୋଇଛି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେହିପରି ଅନ୍ୟପଟେ ଗୋଛପଡା ଥାନ ବ୍ରୁଡିଗୁଡା ଛକ ନିକଟରେ ବାଇକ ସହ ମଇଁଷି ପିଟି ହେବାରୁ କାମଟେରା ଗାଁର ଚନ୍ଦ୍ରସେଖରଙ୍କ ମୃତ୍ୟୁ ହୋଇଛି । ବାଇକ ପଛରେ ବସିଥିବା ଲାଡଡା ଦିଗାଲ ଗୁରୁତର ଆହାତ ହୋଇ ଜିଲ୍ଲା ମୁଖ୍ୟ ଚିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର