ବିବାଦରେ ମାଇକେଲ ଜ୍ୟାକ୍‌ସନ୍‌ଙ୍କ ପ୍ରାମାଣିକ ଚିତ୍ର : କ’ଣ ସତରେ ପିଲମାନଙ୍କ ସହ ଏଭଳି କରୁଥିଲେ ପପ୍ ଷ୍ଟାର୍

ନୂଆଦିଲ୍ଲୀ : କିଙ୍ଗ୍‌ ଅଫ୍‌ ପପ୍‌ ନାମରେ ସବୁଠି ପରିଚିତ ଥିବା ପପ୍‌ ଷ୍ଟାର ମାଇକେଲ ଜ୍ୟାକ୍‌ସନ୍‌ଙ୍କୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ତାଙ୍କୁ ନେଇ ତିଆରି ହୋଇଥିବା ପ୍ରାମାଣିକ ଚିତ୍ର ସାମ୍ନାକୁ ଆସିବା ପରେ ବିବାଦଟି ଆରମ୍ଭ ହୋଇଥିବା ଜଣାପଡ଼ିଛି । ମେଇକେଲଙ୍କର ଜୁନ୍‌ ୨୦୦୯ ମସିହାରେ ହଠାତ୍‌ ପରଲୋକ ହେବା ପରେ ଖବରଟି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏବେ ଏଚ୍‌ବିଓ ଦ୍ୱାରା ମାଇକେଲ ଜ୍ୟାକ୍‌ସନ୍‌ଙ୍କୁ ନେଇ ନିର୍ମାଣ କରାଯାଇଥିବା ପ୍ରାମାଣିକ ଚିତ୍ର ଦେଖି ମାଇକେଲଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ET Canada

ପ୍ରାମାଣିକ ଚିତ୍ରର ନାଁ ‘ଲିଭିଙ୍ଗ୍‌ ନେଭରଲ୍ୟାଣ୍ଡ’ ରଖାଯାଇଥିବା ବେଳେ ସେଥିରେ ପପ୍‌ ଷ୍ଟାର ମାଇକେଲ ଜ୍ୟାକ୍‌ସନ୍‌ କିଭଳି ଭାବରେ ନିଜ ଫାର୍ମ ହାଉସ୍‌ରେ ଛୋଟ ପିଲାମାନଙ୍କ ସହ ଯୌନ ଶୋଷଣ କରୁଥିଲେ ତାହା ଦେଖିବାକୁ ମିଳିଛି । ପ୍ରାମାଣିକ ଚିତ୍ରରେ ମାଇକେଲ ଜ୍ୟାକ୍‌ସନ୍‌ଙ୍କ ଫାର୍ମ ହାଉସ୍‌ର ନାଁ ‘ନେଭରଲ୍ୟାଣ୍ଡ’ ରଖା ଯାଇଛି । ପ୍ରାମାଣିକ ଚିତ୍ରଟି ସାମ୍ନାକୁ ଆସିବା ପରେ ମାଇକେଲ ଜ୍ୟାକ୍‌ସନ୍‌ଙ୍କ ନାମରେ ଅପପ୍ରଚାର କରିବା ପାଇଁ ଏପରି କରାଯାଇଥିବା ଅଭିଯୋଗ କରି ତାଙ୍କ ଓକିଲ ଏଚ୍‌ବିଓ ଉପରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର