ବିଜୁ ଏକ୍ସପ୍ରେସ ୱେରେ ସ୍କୁଟିକୁ ପିଟିଲା ଟ୍ରକ୍: ୬ ମାସର ଝିଅ ମୃତ, ମା ଗୁରୁତର

ସୁନ୍ଦରଗଡ଼: ଆଜି ମଧ୍ୟାହ୍ନରେ ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ କରମଡିହିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଏକ ଟ୍ରକ୍ ମାଡ଼ି ଆସି ରାସ୍ତାରେ ଯାଉଥିବା ସ୍କୁଟିକୁ ଧକ୍କା ଦେଇଛି। ଯାହା ଫଳରେ ସ୍କୁଟିରେ ମା କୋଳରେ ବସିଥିବା ୬ ମାସର ଝିଅର ଶୋଚନୀୟ ମୃତ୍ୟୁ ହୋଇଛି। ମୃତା ଶିଶୁ ହେଲେ ବଡ଼ଗାଁ ଇତମାର
ଶ୍ରେୟାଂଶୀ। ମା ମୁନି ପ୍ରଧାନ ଗୁରୁତର ଆହତ ହୋଇଛନ୍ତି।

ଇତମାରୁ ସ୍କୁଟିରେ ମୁନି ଶିଶୁ କନ୍ୟା ଶ୍ରେୟାଂଶୀ ଓ ସାନ ଭଉଣୀ ସହ ସୁନ୍ଦରଗଡ଼ ଆସୁଥିଲେ। ସ୍କୁଟି ସାନ ଭଉଣୀ ଚଳାଉଥିଲେ। କରମଡିହି ନିକଟରେ ଦ୍ରୁତ ଗତିରେ ଏକ ଟ୍ରକ ଯାଇ ସ୍କୁଟିକୁ ଧକ୍କା ଦେଇଥିଲା। ମା କୋଳରୁ ଛିଟକି ପଡ଼ି ଘଟଣାସ୍ଥଳରେ ହିଁ ଶିଶୁର ଶୋଚନୀୟ ମୃତ୍ୟୁ ହୋଇଗଲା। ମା ଗୁରୁତର ଆହତ ହେଲେ। ସାନ ଭଉଣୀ ସୁରକ୍ଷିତ ଅଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।
ଏଠାରେ ସ୍ବାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର