କ୍ଷମା ମାଗନ୍ତୁ ପୁଲିସ କମିସନର: ପ୍ରଦୀପ୍ତ ନାଏକ

‘ଅଞ୍ଜନା ମିଶ୍ର ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସିବିଆଇ ପାରିଲା ନାହିଁ। ଆମେ ପାରିଲୁ।’ ପ୍ରେସ୍‌ ମିଟ୍‌ କରି ପୁଲିସ କମିସନର ଏପରି କହିବା ଅନୁଚିତ୍‌। ଏହାକୁ ବିଜେପି ନିନ୍ଦା କରୁଛି। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପୁଲିସକୁ ସମାଲୋଚନା କରିବା ସହିତ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ସେ କହିଥିଲେ, ଜଣେ ସର୍ବଭାରତୀୟ ସେବା ଅଧିକାରୀ ନିୟମାନୁୟାୟୀ ନିଜର କର୍ତ୍ତବ୍ୟ ପାଳନ ନେଇ ଗଣମାଧ୍ୟମ ଆଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତାରତମ୍ୟ ରଖି ନିଜର ବାହାଦୁରୀ ମାରିବା ଠିକ୍‌ ନୁହେଁ। ପୁଲିସର ସଫଳତା ନେଇ ରାଜ୍ୟ ସରକାର କୌଣସି ପ୍ରତିନିଦି କିମ୍ବା ଗୃହ ମନ୍ତ୍ରୀ ଏ ସମ୍ପର୍କରେ କହିଥିଲେ ସୁନ୍ଦର ହୋଇଥାନ୍ତା। କିନ୍ତୁ ଜଣେ ଅଫିସରଠାରୁ ଏପରି ଆଚରଣ ଆଶା କରାଯାଏ ନାହିଁ। ଏଥିପାଇଁ ପୁଲିସ କମିସନର କ୍ଷମା ମାଗିବା ଉଚିତ୍‌। ଭବିଷ୍ୟତରେ କୌଣସି ଅଫିସର ଯେପରି ଏପରି ଆଚରଣ ନ କରନ୍ତି ସେଥିପାଇଁ ସରକାରଙ୍କୁ ତାଗିଦ କରିବା ନେଇ ଶ୍ରୀ ନାଏକ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ।

ସମ୍ବନ୍ଧିତ ଖବର