ନିରୁପମା ରାଉତଙ୍କ ସ୍ମୃତିରେ ରକ୍ତଦାନ ଶିବିର: ୧୦୩ ୟୁନିଟ୍‌ ସଂଗୃହୀତ

ମାହାଙ୍ଗା : ମାହାଙ୍ଗା ବ୍ଲକ୍ କଇଥା ପଞ୍ଚାୟତ ଅନ୍ତର୍ଗତ ଆନନ୍ଦବଜାରସ୍ଥିତ କଇଥା ସ୍ବାସ୍ଥ୍ୟ ଉପକେନ୍ଦ୍ର ପରିସରରେ ନିରୁପମା ରାଉତଙ୍କ ସ୍ମୃତିରେ ଆଜି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଇଥା ଗ୍ରାମ ଯୁବକ ସଂଘ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ୧୦୩ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଶିବିରକୁ କଇଥା ସରପଞ୍ଚ ଦିଲ୍ଲୀପ କୁମାର ଦାସ ଉଦ୍‌ଘାଟନ କରିଥିଲେ। ଏଥିରେ ସ୍ଥାନୀୟ ସମିତି ସଭ୍ୟ ରାମଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମାହାଙ୍ଗା ‘ସମ୍ବାଦ’ ପ୍ରତିନିଧି ଦୀପକ କୁମାର ସାହୁ, ଯୁବ ସଂଗଠକ ଜ୍ଞାନଶିଷ ରାଉତ, କ୍ଷମାଶିଷ ରାଉତ, ସତ୍ୟନାରାୟଣ ରାଉତ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। କଟକସ୍ଥିତ ଏସ୍‌ସିବି ବ୍ଲଡ୍‌ ବ୍ୟାଙ୍କର ଡାକ୍ତର ଦେବୀପ୍ରସାଦ ସାହୁ ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର