ତାଳଚେର ଜେଲ୍ ଅଧୀକ୍ଷକଙ୍କ ବଦଳି

ତାଳଚେର : ତାଳଚେର ସ୍ବତନ୍ତ୍ର ଉପକାରାଗାରର ଅଧୀକ୍ଷକ ଦିଲୀପ କୁମାର ବେହେରାଙ୍କୁ ଆଜି ମାଲକାନଗିରି ଉପକାରାଗାରକୁ ବଦଳି କରାଯାଇଛି। ଆଠଗଡ଼ ଉପକାରାଗାରର ଅଧୀକ୍ଷକ ଚିତ୍ତରଂଜନ ପାତ୍ରଙ୍କୁ ବଦଳି କରାଯାଇ ତାଳଚେର ଉପକାରାଗାରରେ ନିଯୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ତାଳଚେର ଉପକାରାଗାରର ଦୁଇଜଣ ୱାର୍ଡର ଶୋଇ ପଡ଼ିଥିବା ଘଟଣା ନିକଟରେ ଭାଇରାଲ୍‌ ହୋଇଥିଲା। ଏ ସଂକ୍ରାନ୍ତରେ ଗତ ଶୁକ୍ରବାର ‘ସମ୍ବାଦ’ରେ ‘ତାଳଚେର ଜେଲ୍‌ର ସୁରକ୍ଷା ଢିଲା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ସଂପୃକ୍ତ ଦୁଇ ୱାର୍ଡର ସୁନୀଲ ମଲ୍ଲିକ ଓ ତ୍ରିଲୋଚନ ଭୋଇଙ୍କୁ ଶୁକ୍ରବାର ନିଲମ୍ବିତ କରାଯାଇଛି। ଏହି ଘଟଣା ପରେ ଜେଲ୍‌ ଅଧୀକ୍ଷକ ଶ୍ରୀ ବେହେରାଙ୍କର ଆଜି ବଦଳି କରାଯାଇଛି।

ସମ୍ବନ୍ଧିତ ଖବର