ସମ୍ବଲପୁରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସ୍ଥଗିତ

ସମ୍ବଲପୁର: ଓଡ଼ିଶା ପ୍ରଦେଶ କଂଗ୍ରେସ୍ କମିଟି ନିର୍ଦ୍ଦେଶକ୍ରମେ ଆସନ୍ତା ୨୦ ତାରିଖ ଦିନ ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷରୁ ‌ସମ୍ବଲପୁର ଓ ବୁର୍ଲାରେ ହେବାକୁ ଥିବା ଭାରତ ଯୋଡ଼ୋ ପରିବର୍ତ୍ତନ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଜିଲ୍ଲା କଂଗ୍ରେସ୍‌ର ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସମ୍ବଲପୁରର ଆଇନ୍‌ଜୀବୀମାନେ ଜେଲ୍ ମଧ୍ୟରେ ଥିବାବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସମୀଚିନ ନୁହେଁ ବୋଲି ଜିଲ୍ଲା କଂଗ୍ରେସ୍‌ କମିଟିର ସଭାପତି ଅଶ୍ବିନୀ ଗୁରୁ ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଭଳି ଏକ ସମ୍ବେଦନଶୀଳ ଓ ନ୍ୟାୟସଂଗତ ଦାବିକୁ ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଆଇନ୍‌ଜୀବୀମାନଙ୍କୁ ଆକ୍ରୋଶମୂଳକଭାବେ ରାତିଅଧିଆ ଗିରଫ କରାଯିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଗୁରୁ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାର ସମ୍ବଲପୁର ଜିଲ୍ଲା କଂଗ୍ରେସ୍ କମିଟି ଦୃଢ଼ ନିନ୍ଦା କରୁଛି ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର