ମାଟ୍ରିକ୍‌ ପରୀକ୍ଷାରେ ୯୧% ରଖିଲେ ଦିନ ମଜୁରିଆଙ୍କ ପୁଅ, ପାଇଲଟ୍‌ ହେବାର ଲକ୍ଷ୍ୟ

ଭୁବନେଶ୍ବର: ମାଟ୍ରିକ୍‌ ପରୀକ୍ଷା-୨୦୨୪ରେ ୯୧ ନମ୍ବର ରଖିଥିବା ଦିନ ମଜୁରିଆଙ୍କ ପୁଅ ସଜିତ୍‌ କେରକେଟା ପାଇଲଟ ହେବାର ଲକ୍ଷ୍ୟ ରଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅଧୀନ ଝରେନ୍‌ ଗାଁର ସରଣ କେରକେଟା ଓ ପ୍ରେମଶିଳା କେରକେଟାଙ୍କ ପୁଅ ସଜିତ୍‌ କେରକେଟା ଏଭଳି ଲକ୍ଷ୍ୟ ରଖିଛନ୍ତି।

ସଜିତ୍‌ କେରକେଟା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ପାଠ ପଢ଼ୁଥିଲେ। ଚଳିତ ମାଟ୍ରିକ୍‌ ପରୀକ୍ଷାରେ ସେ ୯୧ ପ୍ରତିଶତ ନମ୍ବର ରଖିଛନ୍ତି। ତାଙ୍କ ବାପା ସରଣ କେରକେଟା ହେଉଛନ୍ତି ଜଣେ ନାମମାତ୍ର ଚାଷୀ। ଜମିବାଡ଼ କମ ଥିବାରୁ ଦିନ ମଜୁରୀ କାମ କରି ପରିବାର ପୋଷିଥାନ୍ତି। ଗରିବୀ ଭିତରେ ଦିନ କଟୁଥିଲେ ମଧ୍ୟ ସଂଜୀତ ଦିନକୁ ୧୪ ଘଣ୍ଟା ପାଠ ପଢ଼ନ୍ତି ବୋଲି କୁହନ୍ତି। ଯୁକ୍ତ ୨ ବିଜ୍ଞାନ ପାଠ ପଢ଼ିବି ଓ ପାଇଲଟ ହେବାର ଲକ୍ଷ୍ୟ ରଖିଛି ବୋଲି ସେ କୁହନ୍ତି।

ସମ୍ବନ୍ଧିତ ଖବର