ଦେହ ଭଲ ନାହିଁ କହି ଅଫିସ୍‌ରୁ ସରକାରୀ ବାସଗୃହକୁ ଫେରିଆସିଥିଲେ ବିଡିଓ, ସନ୍ଧ୍ୟାରେ ମୃତଦେହ ଉଦ୍ଧାର

ସରକାରୀ ବାସଗୃହରୁ ବିଡିଓଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ

ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ବିଡ଼ିଓ ଅଫିସକୁ ଯାଇଥିଲେ। କିନ୍ତୁ ଦେହ ଭଲ ନାହିଁ ବୋଲି କହି କାର୍ଯ୍ୟାଳୟରୁ ଆଜି ଦିନ ସାଢ଼େ ୧୧ଟାରେ ସରକାରୀ ବାସଭବନକୁ ଫେରି ଯାଇଥିଲେ। ପୁଣି ଥରେ ଆଉ ସରକାରୀ କାର୍ଯ୍ୟାଳୟକୁ ଯାଇ ନଥିଲେ। ଅପରାହ୍‌ଣ ଚାରିଟା ସୁଦ୍ଧା କାର୍ଯ୍ୟାଳୟକୁ ନ ଆସିବାରୁ ପିଅନ ଡାକିବାକୁ ଯାଇଥିଲେ। ତେବେ ବିଡିଓଙ୍କ ସରକାରୀ ବାସଗୃହ ଭିତରୁ ଗ୍ରିଲ ଓ କବାଟ ଦିଆ ଯାଇଥିଲା। ବିଡ଼ିଓଙ୍କୁ ଡାକିବାରୁ ସେ ଶୁଣି ନଥିଲେ। ଫଳରେ ପିଅନ ଜଣକ ଏନେଇ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଖବର ଦେଇଥିଲେ।

କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କଲିଂବେଲ ବଜାଇ ଥିଲେ। କିନ୍ତୁ ଭିତର ପାର୍ଶ୍ବରୁ ବନ୍ଦ ଥିବା ଘର ଭିତରୁ କୌଣସି ପ୍ରତିକ୍ରିୟା ଆସ ନଥିଲା। ଫଳରେ ସିମୁଳିଆ ତହସିଲଦାର ସୁନୀଲ କୁମାର ଟୁଡୁ ଓ ଥାନା ଅଧିକାରୀ ସ୍ଵର୍ଣ୍ଣଲତା ମିଞ୍ଜ ଘଟଣାସ୍ଥଳରେ ପହଂଚିବା ତାଲା ଭଙ୍ଗା ଯାଇଥିଲା। ବିଡ଼ିଓ ବିଶ୍ୱରଂଜନ ମହାନ୍ତିଙ୍କୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।

ସିମୁଳିଆ ପଂଚାୟତ ସମିତି ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକଙ୍କ ସମେତ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତିସଭ୍ୟ, ସରକାରୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତ୍ୟୁର କାରଣ ଏଯାବତ ଜଣାପଡ଼ି ନାହିଁ। ମୃତ ବିଡ଼ିଓ ବିଶ୍ୱରଂଜନ ମହାନ୍ତି ବାଲେଶ୍ବର ଜିଲ୍ଲା ଖୁଣ୍ଟାର ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ଗତବର୍ଷ ଅକ୍ଟୋବର ମାସ ରେ ସିମୁଳିଆ ବିଡ଼ିଓ ଭାବେ ଦାୟିତ୍ୱ ନେଇଥିଲେ। ବିଡ଼ିଓଙ୍କ ପିତା ନରେନ୍ଦ୍ର ମହାନ୍ତିଙ୍କର ପୈତୃକ ଘର ସିମୁଳିଆ ବ୍ଲକ ଅନ୍ତର୍ଗତ ଅଣ୍ଡାରାଇ ପଞ୍ଚାୟତରେ ହୋଇଥିବା ବେଳେ ସେ ବାରିପଦାରେ ସ୍ଥାୟୀ ବସବାସ କରୁଥିଲେ। ତାଙ୍କ ସ୍ତ୍ରୀ ଏକ ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର ଏକମାତ୍ର ପୁଅ ଅଛି।

ସମ୍ବନ୍ଧିତ ଖବର