ପୁରୀ: ଗଜପତି ମହାରାଜ ଉନ୍ମୋଚନ କଲେ ଶ୍ରୀଜଗନ୍ନାଥ ୱେବ୍‌ସାଇଟ୍‌

ପୁରୀ: ଦିନକ ପରେ ପୁରୀରେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ମଙ୍ଗଳବାର ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରେ ଶ୍ରୀଜଗନ୍ନାଥଙ୍କ ୱେବ୍‌ସାଇଟ୍‌ ଉନ୍ମୋଚନ କରିଛନ୍ତି। ଗଜପତିଙ୍କ ଦ୍ୱାରା ଆଜି ଉନ୍ମୋଚିତ ହୋଇଥିବା ୱେବ୍‌ସାଇଟ୍‌ର ନାମ http://shreejagannath.in ରଖାଯାଇଛି। ଏହି ୱେବ୍‌ସାଇଟ୍‌ରେ ଓଡ଼ିଆ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷାରେ ତଥ୍ୟ ରହିଛି। ଏହି ୱେବ୍‌ସାଇଟ୍‌ ଉନ୍ମୋଚନ ହେବା ଦ୍ୱାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତ ଓ ଶ୍ରଦ୍ଧାରୁ ଜଗନ୍ନାଥ ଚେତନା, ସଂସ୍କୃତି, ବେଶ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବେ।

ବଢୁଛି ପୁରୀରେ ଭକ୍ତଙ୍କ ସମାଗମ
ରଥଯାତ୍ରା ଗୋଟିଏ ଦିନ ପରେ ଆୟୋଜନ ହେଉଥିବାରୁ ଆଧ୍ୟାତ୍ମିକ ସହର ପୁରୀରେ ଭକ୍ତଙ୍କର ବିପୁଳ ସମାଗମ ଦେଖାଯାଇଛି। ଏବେ ଠାରୁ ପୁରୀ ଅଧିକ ଚଳଚଂଚଳ ହୋଇଉଠିଛି। ଦେଶ-ବିଦେଶରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ଆହୁରି ଭିଡ଼ ଜମିବ ବୋଲି ପୂର୍ବାନୁମାନ କରାଯାଉଛି। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର