ପିଏଲଜିଏ ସପ୍ତାହ ପାଇଁ ବଢ଼ିଲା ସୁରକ୍ଷା

କୋରାପୁଟ : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ । ଏହି ସମୟରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇ ସେମାନଙ୍କ ଦବଦବା ଦେଖାଇବାର ଆଶଙ୍କା ଥିବାରୁ କୋରାପୁଟ ପୁଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ବେଳେ ସୀମାନ୍ତ ଅଂଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ମାଓ ପ୍ରଭାବିତ ଅଂଚଳରେ କମ୍ବିଂକୁ ଜୋରଦାର କରାଯାଇଛି। ଏ ସଂପର୍କରେ କୋରାପୁଟ ଏସପି ଡ. କନୱର ବିଶାଳ ସିଂହ କହିଛନ୍ତି ଯେ, ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ସୀମାନ୍ତ ଅଂଚଳରେ କମ୍ବିଂ କରାଯିବା ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ନଜର ରଖିଛି ବୋଲି ଏସପି କହିଛନ୍ତି।

ସମ୍ବନ୍ଧିତ ଖବର