ଆଜି ପ୍ରଚାର ଆରମ୍ଭ କରିବେ ନବୀନ: ହିଞ୍ଜିଳିରେ ଦୁଇଟି ସଭାକୁ ସମ୍ବୋଧିତ କରିବେ

ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଦିନ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଗତକାଲି ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବାକୁ ନିବେଦନ କରି ଭିଡିଓ ଜାରି କଲା ପରେ ମଇଦାନରେ ପ୍ରଚାର ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ‌ଶେଷ ହୋଇଛି। ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ରେ ଶ୍ରୀ ପଟ୍ଟନାୟକ ହେଲିକପ୍ଟରରେ ଯାଇ ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ନିକଟରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସେଠାରେ ‌ସେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଏହା ପରେ ସେରଗଡ଼ ଯିବେ। ସେରଗଡ଼ ବସ୍‌ଷ୍ଟାଣ୍ଟ୍‌ ନିକଟରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇ ସାଧାରଣ ସଭାକୁ ସମ୍ବୋଧିତ କରିବେ। ୧୨ଟା ୧୫ରେ ସେ ଭୁବନେଶ୍ବର ଫେରିଆସିବେ। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏହି ପ୍ରଚାର କାର୍ଯ୍ୟରେ ସାମିଲ ହେବେ।

ସମ୍ବନ୍ଧିତ ଖବର